ଲଗାଣ ବର୍ଷାରେ କଳାହାଣ୍ଡି ବେହାଲ: ବଢ଼ୁଛି ବନ୍ୟା ଆଶଙ୍କା, ଜନଜୀବନ ଅସ୍ତବ୍ୟସ୍ତ

39

ଭୁବନେଶ୍ବର: ଲଗାଣ ବର୍ଷାରେ କଳାହାଣ୍ଡି ଜିଲ୍ଲାର ଜନଜୀବନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଅବିରତ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହେବା ସହ ଯୋଗାଯୋଗ ବ୍ୟବସ୍ଥା ଠପ୍ ହୋଇଯାଇଛି। ଜୟପାଟଣା-ଚିର୍କା ମୁଖ୍ୟ ରାସ୍ତା ଉପରେ ପ୍ରାୟ ଦୁଇ ଫୁଟ୍‌ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ପାଣିର ପ୍ରଖର ସୁଅ ହେତୁ ସ୍ଥାନୀୟ ଲୋକ ଓ ଯାତ୍ରୀମାନେ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଫସି ରହିଛନ୍ତି। ଜୟପାଟଣା ସହରର ଡ୍ରେନେଜ୍‌ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ୍ ମାରିବାରୁ ବିଭିନ୍ନ ପଡ଼ାରେ ବର୍ଷାଜଳ ଲୋକଙ୍କ ଘର ଭିତରକୁ ପଶିଯାଇଛି। ଶୋଇବା ଘରଠାରୁ ରୋଷେଇ ଘର ପର୍ଯ୍ୟନ୍ତ ପାଣି ଜମି ରହିବାରୁ ଲୋକେ ନାହିଁନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ଦୋକାନଗୁଡ଼ିକରେ ପାଣି ପଶିଯିବା ଫଳରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି। ସେହିପରି ଶହ ଶହ ଏକର ଚାଷଜମି ଜଳମଗ୍ନ ହୋଇପଡ଼ିଥିବାରୁ ଚାଷୀକୂଳ ଚିନ୍ତାରେ ପଡ଼ିଛନ୍ତି ।

Comments are closed, but trackbacks and pingbacks are open.