IPL2022: ସିଏସକେ ର ବ୍ୟାଟିଂ ବିପର୍ଯୟ,୧୦୦ ଅଙ୍କ ଛୁଇଁ ପାରିଲାନି ଦଳ

25

ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗ୍ସ (CSK) ପ୍ଲେ ଅଫ୍ ରୁ ବିଦା ହେବା ନିଶ୍ଚିତ I ଆଇପିଏଲ୍ 2022 ର ଆଜି ର ମ୍ୟାଚ୍ ରେ ସିଏସକେ ଦଳ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୧୬ ଓଭରରେ ମାତ୍ର ୯୭ ରନ୍ ସ୍କୋର କରିବା ପାଇଁ ସକ୍ଷମ ହୋଇଥିଲା I ପ୍ଲେ ଅଫ୍ କୁ ଯିବା ପାଇଁ ହେଲେ ସିଏସକେ କୁ ଏହି ମ୍ୟାଚ ଜିତିବା ନିତାନ୍ତ ଆବଶ୍ୟକ | ମୁମ୍ବାଇ ର ୱାନଖେ ଡେ ଷ୍ଟାଡିଅମ ରେ ରେ ଖେଳାଯାଉଥିବା ସିଏସକେ ବନାମ ମୁମ୍ବାଇ ମ୍ୟାଚରେ, ସିଏସକେ ଦଳ ପ୍ରଥମ ୬ ଓଭରରେ ମାତ୍ର ୨୯ ରନ୍ କରି ୫ ଟି ବଡ ୱିକେଟ୍ ହରାଇଥିଲା | ଚଳିତ ସିଜିନର ପ୍ରଥମ ମ୍ୟାଚ୍‌ରେ ସିଏସ୍‌କେ ମୁମ୍ବାଇକୁ ପରାସ୍ତ କରିଥିଲା । ଏଭଳି ପରିସ୍ଥିତିରେ ମୁମ୍ବାଇ ର ଅଧିନାୟକ ରୋହିତ ଶର୍ମାଙ୍କର ମଧ୍ୟ ପ୍ରତିଶୋଧ ନେବାର ସୁଯୋଗ ଆସିଛି । ମୁମ୍ବାଇ ଦଳ ପୂର୍ବରୁ ଖେଳିଛି
ଆଇପିଏଲ ଇତିହାସରେ ଏହା CSK ର ଦ୍ୱିତୀୟ ସର୍ବନିମ୍ନ ସ୍କୋର I ଏହାପୂର୍ବରୁ ଦଳ ୱାନଖେଡେ ଷ୍ଟାଡିୟମରେ ୨୦୧୩ ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୭୯ ରନ୍ କରିଥିଲା ସିଏସକେ । ତେବେ ଆଜି ର ମ୍ୟାଚରେ ଅଧିନାୟକ ଏମଏସ ଧୋନି CSK ପାଇଁ ସର୍ବାଧିକ ୩୬ ରନ୍ ସଂଗ୍ରହ କରିଥିଲେ ଏବଂ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ସେହିପରି ଆଜି ର ମ୍ୟାଚ ରେ ୭ ଜଣ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁ ଛୁଇଁ ବାକୁ ମଧ୍ୟ ସକ୍ଷମ ହୋଇ ନ ଥିଲେ | ବାମହାତୀ ଦ୍ରୁତ ବୋଲର ଡାନିଏଲ ସାମସ ମୁମ୍ବାଇର ବ୍ୟାଟିଂ ବିପର୍ଯୟ ପାଇଁ ସବୁଠାରୁ ସଫଳ ବୋଲର ଥିଲେ। ସେ ୪ ଓଭରରେ ୧୬ ରନ୍ ଦେଇ ୩ ୱିକେଟ୍ ନେଇଥିଲେ ଇ ସିଏସକେ ଦଳ ଅଧିନାୟକ ଏମଏସ ଧୋନି ୩୩ ବଲରୁ ଅପରାଜିତ ୩୬ ରନ କରିଥିଲେ। ସେ ୪ ଟି ଚିକା ଏବଂ ୨ଟି ଛକା ମାରିଥିଲେ I ଦଳ ପାଇଁ ଏହା ଦ୍ୱିତୀୟ ସର୍ବାଧିକ ସ୍କୋର ଥିଲା I ସେହିପରି ଡୱେନ ବ୍ରାଭୋ ୧୨ ସ୍କୋର କରିଥିବାବେଳେ ଅମ୍ବାତି ରାୟୁଡୁ ଏବଂ ଶିବମ ଦୁବେ ମାତ୍ର ୧୦ -୧୦ ରନ କରିବାକୁ ସକ୍ଷମ ହୋଇଥିଲେ । ଏହା ବାଡ଼ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦଶ ସଂଖ୍ୟା ଛୀନ ପାରି ନ ଥିଲେ I ଦ୍ଵିତୀୟ ଥର ପାଇଁ ଚେନ୍ନାଇର ଦଳ ଆଇପିଏଲ ଇତିହାସରେ ରନ ସ୍କୋର ୧୦୦ ତଳକୁ ରହିଛି ଇ

Comments are closed, but trackbacks and pingbacks are open.