IPL 2024 : ଚଣ୍ଡିଗଡ଼ରେ ଦିଲ୍ଲୀ-ପଞ୍ଜାବ ଫାଇଟ୍‌, ରାତିରେ କୋଲକାତା-ହାଇଦ୍ରାବାଦ

600

ମୁମ୍ବାଇ : । ଶୁକ୍ରବାର ଚିପକ୍ ଷ୍ଟାଡିୟମରେ ଆରମ୍ଭ ହୋଇଛି ଇଣ୍ଡିଆନ୍ ପ୍ରିମିୟର ଲିଗର ୧୭ ତମ ସଂସ୍କରଣ । ପ୍ରଥମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୬ ୱିକେଟ୍‌ରେ ପରାସ୍ତ କରିଛି ଚେନ୍ନାଇ ସୁପର କିଙ୍ଗସ । ଏହିକ୍ରମରେ ଶନିବାର ଦିନ ଆଇପିଏଲ୍‌ର ଏହି ଟୁର୍ଣ୍ଣମେଣ୍ଟରେ ଖେଳାଯିବ ଦୁଇଟି ମ୍ୟାଚ୍ ।
ପ୍ରଥମ ମ୍ୟାଚ୍ ଅପରାହ୍ନ ୪ଟା ରେ ଚଣ୍ଡିଗଡ଼ ସ୍ଥିତ ଷ୍ଟାଡିୟମ୍‌ରେ ପଞ୍ଜାବ କିଙ୍ଗସ ବିରୋଧରେ ଲଢିବ ଦିଲ୍ଲୀ କ୍ୟାପିଟାଲ୍ । ଆଉ ଏହା ପରେ ରାତି ୮ଟାରେ କୋଲକାତାର ଇଡେନ୍ ଗାର୍ଡେନରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ୍ ।
ତେବେ ଆସନ୍ତୁ ଜାଣିବା କିପରି ରହିବ ଉଭୟ ମ୍ୟାଚ୍
ଦୀର୍ଘ ଦିନ ପରେ ଟିମକୁ ଫେରିଛନ୍ତି ଦିଲ୍ଲୀ କ୍ୟାପଟେନ୍ ରିଷଭ ପଛ । ତେଣୁ ପୂର୍ବ ବର୍ଷ ଅପେକ୍ଷା ଦଳ ଏଥର ମଜବୁତ ନଜର ଆସୁଛି । କାହିଁକି ନା ଦଳରେ ଡେଭିଡ୍ ୱାଣ୍ଡର, କୁଲଦୀପ ଯାଦବ, ଇଶାନ୍ତ ଶର୍ମା, ମିଚେଲ୍ ମାଈଁ, ଅକ୍ଷର ପଟେଲ ପରି ଖେଳାଳି ରହିଛନ୍ତି । ତେଣୁ ଚଳିତ ବର୍ଷ ଟିମ୍ ପ୍ରଦର୍ଶନ ଉଚ୍ଚତର ରହିବ ବୋଲି ଆଶା କରାଯାଉଛି । ସେହିପରି ଶିଖର ଧାଓନଙ୍କ ନେତୃତ୍ବାଧୁନ ପଞ୍ଜାବ ଟିମ୍ ମଧ୍ଯ ଜବରଦସ୍ତ ରହିଛି । ଦଳରେ ଶିଖରଙ୍କ ପରି ଅନୁଭବୀ ବ୍ୟାଟର , ଜିତେଶ ଶର୍ମା, ଶିକନ୍ଦର ରାଜା, ସାମ କରନ , ଅର୍ଶଦୀପ ସିଂହ, କାଗିସୋ ରାବାଡ଼ା ପରି ଖେଳାଳି ରହିଛନ୍ତି । ତେଣୁ ଆଇପିଏଲ୍ ୧୭ ତମ ସଂସ୍କରଣର ୨ୟ ମ୍ୟାଚ୍ ଜବରଦସ୍ତ ହେବ ବୋଲି ଆଶା କରାଯାଉଛି ।

ଅନ୍ୟପଟେ ରାତି ୮ଟାରେ କୋଲକାତାର ଇଡେନ୍ ଗାର୍ଡେନରେ ଖେଳାଯିବ ୨ୟ ମ୍ୟାଚ୍ । ସନରାଇଜର୍ସକୁ ଭେଟିବ କୋଲକାତା ନାଇଟ ରାଇଡର୍ସ । ଶ୍ରେୟସ ଆୟରଙ୍କ ନେତୃତାଧ୍ଵନ କୋଲକାତା ପୂର୍ବ ବର୍ଷ ଅପେକ୍ଷା ଜବରଦସ୍ତ ରହିଛି । ତେଣୁ ପ୍ୟାଟ୍ କମିଙ୍କ ନେତୃତାଧୀନ ହାଇଦ୍ରାବାଦକୁ ଚକମା ଦେବାକୁ ରଣନୀତି ପ୍ରସ୍ତୁତ କରିଛି । ହେଲେ ହାଇଦ୍ରାବାଦ୍ ଟିମ୍ ମଧ୍ଯ ପୂର୍ବ ବର୍ଷ ତୁଳନାରେ ଶକ୍ତିଶାଳି ରହିଛି । ଦଳରେ ପ୍ୟାଟ୍ କମିକ୍ସ କ୍ଳାସନ୍ ଟ୍ରାଭିସ ହେଡ଼, ଭୁବନେଶ୍ୱର କୁମାର, ଆଡେମ ମାକ୍ରମ ପରି ଖେଳାଳି ରହିଛନ୍ତି ।

Comments are closed, but trackbacks and pingbacks are open.