କାହିଁକି ହାରୁଛି ଆରସିବି? ଜଣାନ୍ତୁ ଏହା ବିଷୟରେ

674

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଟିମରେ ଆନ୍ତର୍ଜାତୀୟ ଷ୍ଟାର ଖେଳାଳି ଥିବା ସତ୍ୱେ ଏହି ଟିମ ୧୬ ବର୍ଷ ହେବ ଟାଇଟଲ ହାସଲ କରିପାରୁ ନାହିଁ । ଗୁରୁବାର ଅମ୍ବାତି ରାୟୁଡୁ ଆରସିବି ଚାମ୍ପିୟନ ନ ହେବାର କାରଣ ଖୋଲିକରି କହିଛନ୍ତି । ତାଙ୍କର ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁ ଦଳରେ କ୍ରିସ ଗେଲ, ଏବି ଡିଭିଲର୍ସ, ବିରାଟ କୋହଲିଙ୍କଠାରୁ ଆରମ୍ଭ କରି ଅନେକ ନାମୀ ଦାମୀ ଖେଳାଳି ରହିଛନ୍ତି । ଅଥଚ ସିଜନ ପରେ ସିଜନ ଯାଉଛି ଫଳାଫଳ ସମାନ ରହୁଛି । ବୋଲରମାନେ ନିର୍ଦ୍ଦିଷ୍ଟ ରଣନୀତିରେ ବୋଲିଂ କରିବା ମୁଁ କେବେ ଦେଖିନି । ସର୍ବଦା ଅଧିକ ରନ ବ୍ୟୟ କରିଥାନ୍ତି ।

ସେହିପରି ବ୍ୟାଟ୍ସମ୍ୟାନମାନେ ଦଳଗତ ପ୍ରଦର୍ଶନ କରି ନ ଥାନ୍ତି । ଚାପ ଭରା ପରିସ୍ଥିତିରେ ଟପ ଅର୍ଡର ଏହାର ସମସ୍ୟା ବଢ଼ାଇ ଦେଇଥାନ୍ତି । ଯୁବ ଖେଳାଳି କିମ୍ବା ଦୀନେଶ କାର୍ତିକଙ୍କ ପରି ଖେଳାଳିଙ୍କୁ ସର୍ବଦା ଏହି ପରିସ୍ଥିତିରେ ମୁକାବିଲା କରୁଥିବା ଦେଖିବାକୁ ମିଳିଥାଏ । ବଡ ଖେଳାଳି ନିମ୍ନ ଭାଗରେ ବ୍ୟାଟିଂ କରିବାକୁ ଆସି ନ ଥାନ୍ତି । ଟି୨୦ରେ ପରିସ୍ଥିତି ଅନୁସାରେ ଖେଳିବାକୁ ପଡିଥାଏ । ଏଠାରେ ନାମ କାମ କରି ନ ଥାଏ । ଗୋଟିଏ ଓଭର ଭଲ ବୋଲିଂ ଏବଂ ୬/୭ ବଲର ବ୍ୟାଟିଂ ବି ଦଳକୁ ଆବଶ୍ୟକ ବେଳେ ଜିତାଇ ଦେଇଥାଏ । ଆରସିବି ତାର ରଣନୀତିରେ ପରିବର୍ତନ କରିବା ଜରୁରୀ । ରାୟୁଡୁଙ୍କ ପ୍ରସ୍ତାବକୁ କ୍ରିକେଟପ୍ରେମୀମାନେ ସମର୍ଥନ କରିଛନ୍ତି ।

Comments are closed, but trackbacks and pingbacks are open.