ମହାନଦୀରେ ୨୦ରୁ ଊର୍ଦ୍ଧ୍ୱ ମଇଁଷି ପଲକୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

33

ଭୁବନେଶ୍ବର: ମହାନଦୀରେ ଭାସିଗଲେ ମଇଁଷ ପଲ। ୨୦ରୁ ଉର୍ଦ୍ଧ୍ବ ମଇଁଷି କଟକ ଯୋବ୍ରା ଆନିକଟ ୭୭ ନମ୍ବର ଗେଟ୍ ନିକଟ ମହାନଦୀ ପାଣିରେ ଭାସି ଯାଇଥିବା ସୂଚନା ମିଳିିଥିଲା। ଖବର ପାଇ ଘଟଣାସ୍ଥଳରେ କଟକ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ତେବେ ମହାନଦୀର ପ୍ରଖର ସ୍ରୋତ ଯୋଗୁଁ ପ୍ରାୟ ୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ମଇଁଷି ଗୁଡ଼ିକୁ ଉଦ୍ଧାର କରାଯାଇଥିଲା । ତେବେ ମଇଁଷି ପଲ କେଉଁଠୁ ଭାସିଆସିଲେ, ସେନେଇ ଏଯାଏଁ ସ୍ପଷ୍ଟ ସୂଚନା ମିଳିନାହିଁ । ମହାନଦୀରେ ମଇଁଷି ପଲ ଭାସୁଥିବା ଦେଖି ଯୋବ୍ରା ବ୍ୟାରେଜ୍ ନିକଟରେ ଲୋକଙ୍କ ଭିଡ଼ ଜମିଥିଲା।

Comments are closed, but trackbacks and pingbacks are open.