ନୂଆଁଖାଇ ପାଇଁ ଶୁଭଲଗ୍ନ ଧାର୍ଯ୍ୟ, ୧୫ରେ ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେବ ନବାନ୍ନ

22

ଭୁବନେଶ୍ବର: ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଆଧ୍ୟାତ୍ମିକ ଗଣପର୍ବ ନୂଆଁଖାଇ ପାଇଁ ଶୁଭଲଗ୍ନ ଧାର୍ଯ୍ୟ କରାଯାଇଛି। ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ମଙ୍ଗଳବାର ସକାଳ ୯ଟା ୪୦ ମିନିଟ୍‌ରୁ ୯ଟା ୫୪ ମିନିଟ୍‌ ମଧ୍ୟରେ ନବାନ୍ନ ଲାଗି ପାଇଁ ନିର୍ଦ୍ଧାରିତ ହୋଇଛି। ଏହି ନିର୍ଦ୍ଧାରିତ ପବିତ୍ର ସମୟ ମଧ୍ୟରେ ପଶ୍ଚିମ ଓଡ଼ିଶାର ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ପ୍ରଥମେ ନୂଆ ଧାନରୁ ପ୍ରସ୍ତୁତ ନବାନ୍ନ ଲାଗି କରାଯିବ। ମା’ଙ୍କ ପୀଠରେ ନବାନ୍ନ ଲାଗି ହେବା ପରେ ସମଗ୍ର ପଶ୍ଚିମ ଓଡ଼ିଶାର ଜନସାଧାରଣ ଆନନ୍ଦ ଓ ଉଲ୍ଲାସର ସହ ନିଜ ନିଜ ପରିବାର ମଧ୍ୟରେ ନବାନ୍ନ ଭକ୍ଷଣ କରିବେ। ସମ୍ବଲପୁରର ଐତିହାସିକ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏହି ପବିତ୍ର ଲଗ୍ନ ନିର୍ଦ୍ଧାରଣ କରାଯାଇଛି।

Comments are closed, but trackbacks and pingbacks are open.