ନିର୍ବାଚନ ଫଳାଫଳ ୨୦୨୬ : ବଙ୍ଗ ଦଖଲ କଲା ବିଜେପି, କେରଳରେ ୟୁଡିଏଫ୍ ଓ ତାମିଲନାଡୁରେ ବିଜୟଙ୍କ ମ୍ୟାଜିକ

34

ନୂଆଦିଲ୍ଲୀ: ଦେଶର ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଶେଷ ହୋଇଛି ନିର୍ବାଚନୀ ମହାଲଢ଼େଇ । ଆଜି ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଥିବା ବେଳେ ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଏବଂ ପୁଡୁଚେରୀର ରାଜନୈତିକ ଚିତ୍ର ଏବେ ସ୍ପଷ୍ଟ ହୋଇଛି । ଏହି ଫଳାଫଳ କେଉଁଠି ପରିବର୍ତ୍ତନର ସୁଅ ଆଣିଛି ତ ଆଉ କେଉଁଠି ପୁଣି ଥରେ ପୁରୁଣା ସରକାର ଉପରେ ଜନତା ଭରସା ପ୍ରକଟ କରିଛନ୍ତି । ସବୁଠାରୁ ଚର୍ଚ୍ଚିତ ପଶ୍ଚିମବଙ୍ଗରେ ଏଥର ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (TMC) ଏବଂ ବିଜେପି ମଧ୍ୟରେ କଡ଼ା ଟକ୍କର ହୋଇଥିଲା । ତେବେ ଶେଷରେ ବିଜେପିର ‘ମିଶନ ବଙ୍ଗଳା’ ସଫଳ ହୋଇଛି । ଟିଏମସିର ଦୀର୍ଘ ଦିନର ଶାସନକୁ ପରାସ୍ତ କରି ବହୁମତ ସହ ବଙ୍ଗଳାରେ ପ୍ରଥମ ଥର ପାଇଁ ସରକାର ଗଢ଼ିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ତାମିଲନାଡୁ ରାଜନୀତିରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି । ଡିଏମକେ-କଂଗ୍ରେସ ମେଣ୍ଟକୁ ପଛରେ ପକାଇ ଅଭିନେତା ବିଜୟଙ୍କ ନୂଆ ଦଳ TVK ଚମତ୍କାର ପ୍ରଦର୍ଶନ କରିଛି । ନିଜର ପ୍ରଥମ ନିର୍ବାଚନରେ ହିଁ ବିଜୟ ଏକ ବଡ଼ ଶକ୍ତି ଭାବେ ଉଭା ହୋଇଛନ୍ତି । ଅନ୍ୟପଟେ ଏଆଇଏଡିଏମକେ (AIADMK) ମଧ୍ୟ ପୂର୍ବ ଅପେକ୍ଷା ଭଲ ପ୍ରଦର୍ଶନ କରି ନିଜର ସ୍ଥିତି ମଜବୁତ କରିଛି । କେରଳରେ ପ୍ରତି ୫ ବର୍ଷରେ ସରକାର ବଦଳିବାର ଯେଉଁ ପରମ୍ପରା ରହିଥିଲା, ତାହା ଏଥର ମଧ୍ୟ ଜାରି ରହିଛି । ବାମ ମୋର୍ଚ୍ଚା (LDF) ର କ୍ରମାଗତ ବିଜୟ ଆଶା ଧୂଳିସାତ ହୋଇଛି । ଏକଜିଟ୍ ପୋଲ୍‌ର ଆକଳନ ଅନୁସାରେ କଂଗ୍ରେସ ନେତୃତ୍ୱାଧୀନ UDF ୧୦ ବର୍ଷ ପରେ ପୁଣି ଥରେ କ୍ଷମତାକୁ ଫେରିଛି ।  ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ନେତୃତ୍ୱରେ ବିଜେପି ନେତୃତ୍ୱାଧୀନ NDA କ୍ରମାଗତ ତୃତୀୟ ଥର ପାଇଁ ବିଜୟୀ ହୋଇ ଇତିହାସ ରଚିଛି । ରାଜ୍ୟରେ ବିଜେପି ନିଜର ଦବଦବା ବଜାୟ ରଖିବାରେ ସଫଳ ହୋଇଛି । କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଏନ. ରଙ୍ଗାସ୍ୱାମୀଙ୍କ AINRC ଦଳ ପୁଣି ଥରେ ଶାସନ ଗାଦି ଅକ୍ତିଆର କରିଛି । ଏକଜିଟ୍ ପୋଲ୍‌ର ପୂର୍ବାନୁମାନ ଏଠାରେ ସମ୍ପୂର୍ଣ୍ଣ ସଠିକ୍ ସାବ୍ୟସ୍ତ ହୋଇଛି ।

Comments are closed, but trackbacks and pingbacks are open.