ଜଟିଳ ଅସ୍ତ୍ରୋପଚାର – ଶୀତଳାପଲ୍ଲୀ ସମ୍ ହସ୍ପିଟାଲର ଅଭୂତପୂର୍ବ ସଫଳତା

20

ଭୁୁବନେଶ୍ୱର: ଅତ୍ୟାଧୁନିକ ଅସ୍ତ୍ରୋପଚାର ପାରଦର୍ଶିତା ଓ ବିଭିନ୍ନ ବିଭାଗର ସମନ୍ୱୟ ଫଳରେ ବ୍ରହ୍ମପୁର ଶୀତଳାପଲ୍ଲୀ ସ୍ଥିତ ସମ ହସ୍ପିଟାଲ୍‌ରେ ଦୁଇଟି ବିରଳ ଓ ଅତ୍ୟନ୍ତ ଜଟିଳ ଅସ୍ତ୍ରୋପଚାର ସଂପାଦନ କରାଯିବା ଦ୍ୱାରା ହସ୍ପିଟାଲ ଅଭୂତପୂର୍ବ ସଫଳତା ହାସଲ କରିଛି। ଚିକିତ୍ସା ନିମନ୍ତେ ରାଜ୍ୟ ଏବଂ ରାଜ୍ୟ ବାହାରେ ଅନେକ ହସ୍ପିଟାଲ ବୁଲିବା ପରେ ଶେଷରେ ଶୀତଳାପଲ୍ଲୀ ସମ୍ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଫେରିଛନ୍ତି ରୋଗୀ। ପ୍ରଥମ ରୋଗୀଙ୍କ କ୍ଷେତ୍ରରେ ଶ୍ୱାସନଳୀରେ ଅବରୋଧ ଫଳରେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅତ୍ୟନ୍ତ କଷ୍ଟ ଅନୁଭବ ହେଉଥିଲା। ଏହା ଦ୍ୱାରା ରୋଗୀର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିଲା। ଏକ ଅତ୍ୟାଧୁନିକ ଶ୍ୱାସନଳୀ ପୁନଃନିର୍ମାଣ ପ୍ରକ୍ରିୟା- ଉନ୍ନତ ମାନର ସିଙ୍ଗଲ ଷ୍ଟେଜ୍ ଲାରିନ୍‌ଗୋଟ୍ରାକିଆଲ୍ ରିକନ୍‌ଷ୍ଟ୍ରକ୍ସନ୍ (ଏସ୍‌ଏସ୍‌ଏଲ୍‌ଟିଆର୍‌) ଅସ୍ତ୍ରୋପଚାର କରାଯାଇ ରୋଗୀଙ୍କର ଚିକିତ୍ସା କରାଯାଇଥିଲା। ଏହି ଜଟିଳ ଅସ୍ତ୍ରୋପଚାରଟି ଇଏନ୍‌ଟି ବିଭାଗର ଡାକ୍ତର ପ୍ରିୟଜିତ ପାଣିଗ୍ରାହୀ, କାର୍ଡିଓଥୋରାସିକ୍ ଆଣ୍ଡ ଭାସ୍କୁଲାର ସର୍ଜରୀ ବିଭାଗର ଡାକ୍ତର ସମିର ପାଣିଗ୍ରାହୀ ଏବଂ ଡାକ୍ତର ଶୁଭଜିତ ସାହୁଙ୍କ ମିଳିତ ଉଦ୍ୟମରେ ସଂପାଦନ କରାଯାଇଥିଲା। ଏମାନଙ୍କର ମିଳିତ ପ୍ରଚେଷ୍ଟା ଯୋଗୁଁ ଏହି ଜଟିଳ ଅସ୍ତ୍ରୋପଚାର ସଫଳ ହୋଇପାରିଥିଲା। ଏହି ଅସ୍ତ୍ରୋପଚାରଟି ଦକ୍ଷିଣ ଓଡ଼ିଶାରେ ଏକ ବିରଳ ସଫଳ ପ୍ରକ୍ରିୟା ହୋଇଥିବା ଜଣାପଡ଼ିଛି।

Comments are closed, but trackbacks and pingbacks are open.