ମୁମ୍ବାଇ: ମହାରାଷ୍ଟ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା (TET) କୁ ନେଇ ବଡ଼ ଖବର। ଆସନ୍ତାକାଲି (ଜୁନ୍ ୨୮) ଅନୁଷ୍ଠିତ ହେବାକୁ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାକୁ ହଠାତ୍ ସ୍ଥଗିତ ରଖାଯାଇଛି। ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ଆସିବା ପରେ ରାଜ୍ୟ ଶିକ୍ଷା ବିଭାଗ ଏଭଳି କଡ଼ା ନିଷ୍ପତ୍ତି ନେଇଛି। ଏହି ହଠାତ୍ ନିଷ୍ପତ୍ତି ରାଜ୍ୟବ୍ୟାପୀ ଲକ୍ଷ ଲକ୍ଷ ପରୀକ୍ଷାର୍ଥୀଙ୍କୁ ଆଘାତ ଦେଇଛି। ଦୀର୍ଘ ଦିନ ଧରି ପ୍ରସ୍ତୁତି ଚଳାଇଥିବା ଏବଂ ପରୀକ୍ଷା କେନ୍ଦ୍ରକୁ ଯିବା ପାଇଁ ସମସ୍ତ ବ୍ୟବସ୍ଥା କରିସାରିଥିବା ପ୍ରାର୍ଥୀଙ୍କ ମଧ୍ୟରେ ଏବେ ତୀବ୍ର ନିରାଶା ଓ ଅସନ୍ତୋଷ ପ୍ରକାଶ ପାଇଛି। ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ, ଖୁବଶୀଘ୍ର ପରୀକ୍ଷାର ନୂତନ ତାରିଖ ଘୋଷଣା କରାଯିବ। ପ୍ରଶ୍ନପତ୍ର କିଭଳି ଏବଂ କେଉଁ ସ୍ତରରୁ ଲିକ୍ ହେଲା, ସେ ନେଇ ପ୍ରଶାସନ ପକ୍ଷରୁ ଏକ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣା ପଛରେ ଥିବା ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।
Comments are closed, but trackbacks and pingbacks are open.