ବଢିଲା ଘରୋଇ ବସ୍ ଭଡା

35

ଭୁବନେଶ୍ଵର : ଡିଜେଲ ଦର ବୃଦ୍ଧି ଯୋଗୁଁ ଘରୋଇ ବସ ଭଡା ବଢାଇଲେ ରାଜ୍ୟ ସରକାର । ତୈଳ ଦର ବୃଦ୍ଧି ପରେ ବଢିଲା ଘରୋଇ ବସ ଭଡା । ସାଧାରଣ ବସ କିଲୋମିଟର ପିଛା 88ରୁ 90 ପଇସାକୁ ବୃଦ୍ଧି ହୋଇଥିବାବେଳେ ଏକ୍ସପ୍ରେସ କିମି ପିଛା 92ରୁ 94 ପଇସାକୁ ବୃଦ୍ଧି । ସେହିପରି ଡିଲକ୍ସ 1 ଟଙ୍କା 27ରୁ 1ଟଙ୍କା 31 ପଇସାକୁ ବୃଦ୍ଧି ହୋଇଛି । ଏସି ଡିଲକ୍ସ 1 ଟଙ୍କା 55 ପଇସାରୁ 1 ଟଙ୍କା 59 ପଇସାକୁ ବୃଦ୍ଧି ହୋଇଛି । ସୁପର ଡିଲକ୍ସ କିମି ପିଛା 6 ପଇସା ବଢି ଏବେ 2 ଟଙ୍କା 47 ପଇସାରେ ପହଞ୍ଚିଛି । ଆଜି ଠାରୁ ଏହି ଦର ଲାଗୁ ହେବା ନେଇ ସୂଚନା ରହିଛି । 

Comments are closed, but trackbacks and pingbacks are open.