IMDର ପୂର୍ବାନୁମାନ: ମେ ୨୬ରେ କେରଳ ଛୁଇଁବ ମୌସୁମୀ

24

ନୂଆଦିଲ୍ଲୀ: ଚଳିତ ବର୍ଷ ନିର୍ଦ୍ଧାରିତ ସମୟ ପୂର୍ବରୁ ଭାରତକୁ ଆସିପାରେ ମୌସୁମୀ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସ ନ୍ତା ମେ ୨୬ ତାରିଖ ସୁଦ୍ଧା କେରଳ ଉପକୂଳ ଛୁଇଁବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ଶୁକ୍ରବାର ସୂଚନା ଦେଇଛି । ସାଧାରଣତଃ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ୍ ୧ ତାରିଖ ବେଳକୁ କେରଳରେ ପହଞ୍ଚିଥାଏ । ଏହାପରେ ଏହା ଉତ୍ତର ଦିଗକୁ ଗତି କରି ସାରା ଦେଶକୁ ପ୍ରଭାବିତ କରେ । ଗତବର୍ଷ ମଧ୍ୟ ମୌସୁମୀ ମେ ୨୪ ତାରିଖରେ କେରଳରେ ପ୍ରବେଶ କରିଥିଲା । ଏଥର ମଧ୍ୟ ଏହା ଜୁନ୍ ପୂର୍ବରୁ ଆସିବାର ସଙ୍କେତ ମିଳିଛି । IMD ଅନୁଯାୟୀ, ଏହି ପୂର୍ବାନୁମାନରେ ±୪ ଦିନର ପରିବର୍ତ୍ତନ ହୋଇପାରେ । ଅର୍ଥାତ୍ ମେ ୨୨ରୁ ମେ ୩୦ ମଧ୍ୟରେ ଯେକୌଣସି ସମୟରେ ମୌସୁମୀ କେରଳ ଛୁଇଁପାରେ ।

Comments are closed, but trackbacks and pingbacks are open.