କମନୱେଲଥ ଗେମ୍ସ ୨୦୨୬: ଗୁଲଭୀର ଓ ହରଜିନ୍ଦରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

28

ଭୁବନେଶ୍ୱର: ଆଥଲେଟ୍ ଗୁଲଭୀର ସିଂହ ଓ ଭାରୋତ୍ତୋଳିକା ହରଜିନ୍ଦର କୌରଙ୍କୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଏକ୍ସ (X)ରେ ପୋଷ୍ଟ କରିଛନ୍ତି ଯେ, କମନୱେଲଥ ଗେମ୍ସ ୨୦୨୬ରେ ଭାରତ ପାଇଁ ୧୦,୦୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିଥିବା ପୁରୁଷ ଗୁଲଭୀର ସିଂହ ଏବଂ ୬୯ କେଜି ଭାରୋତ୍ତୋଳନ ବିଭାଗରେ ରୌପ୍ୟ ପଦକ ହାସଲ କରିଥିବା ମହିଳା ହରଜିନ୍ଦର କୌର ଦେଶ ପାଇଁ ଗୌରବ ଆଣିଛନ୍ତି। ଏହି ଦୁଇ କ୍ରୀଡ଼ାବିଦଙ୍କ ସଫଳତା ସେମାନଙ୍କ କଠିନ ପରିଶ୍ରମ, ଦୃଢ଼ ସଂକଳ୍ପ ଓ ଉତ୍କର୍ଷତା ପ୍ରତି ନିଷ୍ଠାର ପରିଚୟ। ସେମାନଙ୍କ ଏହି କୃତିତ୍ୱରେ ସମଗ୍ର ଦେଶ ଗର୍ବିତ । ଆଥଲେଟିକ୍ସରେ ଗୁଲଭୀର ସିଂହଙ୍କ ପଦକ ଏବଂ ଭାରୋତ୍ତୋଳନରେ ହରଜିନ୍ଦର କୌରଙ୍କ ପଦକ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୬ ରେ ଭାରତର ପଦକ ସଂଖ୍ୟାକୁ ଆଗକୁ ନେଇଛି ।

Comments are closed, but trackbacks and pingbacks are open.