କୋଇଲା ଆବଣ୍ଟନ ମାମଲା: ମନମୋହନ ସିଂହଙ୍କ ବିରୋଧରେ ବିଚାର ପ୍ରକ୍ରିୟା ବନ୍ଦ

10

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ବହୁ ଚର୍ଚ୍ଚିତ କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ସ୍ୱର୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ଅନ୍ୟ ଅଭିଯୁକ୍ତଙ୍କୁ କ୍ଲିନ୍ ଚିଟ୍ ପ୍ରଦାନ କରିଛନ୍ତି । ମାମଲାକୁ ବନ୍ଦ କରିବାକୁ ସିବିଆଇ ଦ୍ୱାରା ଦାଖଲ କ୍ଲୋଜର୍ ରିପୋର୍ଟକୁ ସୁପ୍ରିମକୋର୍ଟ ଗ୍ରହଣ କରିନେଇଛନ୍ତି । ସିବିଆଇ କ୍ଲୋଜର ରିପୋର୍ଟ ଦାଖଲ କରିବା ସତ୍ତ୍ୱେ, ଦିଲ୍ଲୀର ଏକ ନିମ୍ନ ଅଦାଲତ ୨୦୧୫ରେ ମନମୋହନ ସିଂହଙ୍କୁ ଅଭିଯୁକ୍ତ ଭାବରେ ସମନ କରିଥିଲା। ଅଦାଲତ କହିଥିଲେ ଯେ ମନମୋହନ ସିଂହ, ଶିଳ୍ପପତି କୁମାର ମଙ୍ଗଳମ୍ ବିର୍ଲା, ପୂର୍ବତନ କୋଇଲା ସଚିବ ପିସି ପାରଖ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ମାମଲା ଆଗକୁ ବଢ଼ାଇବା ପାଇଁ ଯଥେଷ୍ଟ ପ୍ରମାଣ ଅଛି । ମନମୋହନ ସିଂହ ସୁପ୍ରିମକୋର୍ଟରେ ସମନକୁ ଚ୍ୟାଲେଞ୍ଜ କରିଥିଲେ । ସୁପ୍ରିମକୋର୍ଟ ଏପ୍ରିଲ ୨୦୧୫ରେ ନିମ୍ନ ଅଦାଲତଙ୍କ ସମନକୁ ସ୍ଥଗିତ ରଖିଥିଲେ । ଏହି ଆବେଦନ ଦଶ ବର୍ଷରୁ ଅଧିକ ସମୟ ଧରି କୋର୍ଟରେ ବିଚାରାଧୀନ ଥିଲା ଏବଂ ଡିସେମ୍ବର ୨୦୨୪ରେ ମନମୋହନ ସିଂହଙ୍କ ଦେହାନ୍ତ ପରେ, ସୁପ୍ରିମକୋର୍ଟ ଏବେ ମାମଲାକୁ ନିରର୍ଥକ ବୋଲି ବିବେଚନା କରି ମାମଲାର ସମାଧାନ କରିଛନ୍ତି ଏବଂ ଏହା ଦ୍ୱାରା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟଧାରା ଶେଷ ହୋଇଛି।

Comments are closed, but trackbacks and pingbacks are open.