ଭୁବନେଶ୍ବର: କଟକର କଲେଜ ଛକ ନିକଟରେ ଏକ ଅଘଟଣ ଘଟିଯାଇଛି। ଆଜି ସେଠାରେ ଦୀର୍ଘ ଦିନ ହେବ ଅବ୍ୟବହୃତ ହୋଇ ପଡ଼ିଥିବା ଏକ କାର୍ରେ ହଠାତ୍ ନିଆଁ ଲାଗିଯିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଗାଡ଼ି ନିକଟରେ ଜମା ହୋଇଥିବା ଆବର୍ଜନାରୁ ପ୍ରଥମେ ନିଆଁ ଲାଗି ଏହା ପରେ କାର୍କୁ ବ୍ୟାପିଥିବା ସନ୍ଦେହ କରାଯାଉଛି। ତେବେ ଅଗ୍ନିଶମ ବାହିନୀର ତ୍ୱରିତ ଓ ସାହସିକ ପଦକ୍ଷେପ ଯୋଗୁଁ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇଥିବାବେଳେ ଏକ ବଡ଼ଧରଣର ଦୁର୍ଘଟଣା ଅଳ୍ପକେ ଟଳିଯାଇଛି। ଏହି ଅଗ୍ନିକାଣ୍ଡରେ କୌଣସି ଜୀବନହାନି ଘଟି ନାହିଁ। ଘଟଣା ସମ୍ପର୍କରେ ଖବର ପାଇ ଜୋବ୍ରା ଅସ୍ଥାୟୀ ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନେ ସର୍ବପ୍ରଥମେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ପରେ କଟକ ଏବଂ ଚାଉଳିଆଗଞ୍ଜ ଅଗ୍ନିଶମ କେନ୍ଦ୍ରର ଟିମ୍ ମଧ୍ୟ ସେଠାରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ସାମିଲ ହୋଇଥିଲେ। ଅଗ୍ନିଶମ କର୍ମଚାରୀମାନଙ୍କ ମିଳିତ ଉଦ୍ୟମ ଫଳରେ ନିଆଁ ଆଖପାଖ ଅଞ୍ଚଳକୁ ବ୍ୟାପିବାରୁ ରକ୍ଷା ପାଇଥିଲା।
Comments are closed, but trackbacks and pingbacks are open.