ପଶ୍ଚିମବଙ୍ଗ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦ୍ରୀୟ ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ

28

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିଜେପି କେନ୍ଦ୍ରୀୟ ନେତୃତ୍ୱ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଅର୍ପଣ କରିଛନ୍ତି। ପଶ୍ଚିମବଙ୍ଗରେ ବିଜେପି ବିଧାୟକ ଦଳର ନେତା ଚୟନ ପ୍ରକ୍ରିୟା ପାଇଁ ଶ୍ରୀ ମାଝୀଙ୍କୁ ‘କେନ୍ଦ୍ରୀୟ ସହ-ପର୍ଯ୍ୟବେକ୍ଷକ’ ଭାବେ ନିଯୁକ୍ତ କରାଯାଇଛି। ଭାରତୀୟ ଜନତା ପାର୍ଟିର ଜାତୀୟ ମହାସଚିବ ଅରୁଣ ସିଂହଙ୍କ ଦ୍ୱାରା ଜାରି ପ୍ରେସ ବିଜ୍ଞପ୍ତି ଅନୁସାରେ, କେନ୍ଦ୍ର ଗୃହ ଓ ସହକାରିତା ମନ୍ତ୍ରୀ ଅମିତ ଶାହଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଥିବା ବେଳେ ମୋହନ ମାଝୀ ତାଙ୍କୁ ଏହି ପ୍ରକ୍ରିୟାରେ ସହଯୋଗ କରିବେ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିର ବହୁମତ ପରେ ଏବେ ସରକାର ଗଠନ ପାଇଁ କସରତ ଆରମ୍ଭ ହୋଇଛି। ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ଶାସନ ଗାଦି ଅକ୍ତିଆର କରିବାକୁ ଯାଉଥିବା ବେଳେ କିଏ ହେବେ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଦୌଡ଼ରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ନାମ ସବୁଠାରୁ ଆଗରେ ରହିଛି। 

Comments are closed, but trackbacks and pingbacks are open.