ୟୁକ୍ରେନରୁ ଫେରିଥିବା ଡାକ୍ତରୀ ଛାତ୍ରମାନଙ୍କ ପାଇଁ ବଡ ଖବର : କୌଣସି ଶୁଳ୍କ ବିନା ଋଷ ଆଡମିଶନ ଦେବ

113

ଋଷ ୟୁକ୍ରେନ ଯୁଦ୍ଧ ହେତୁ ଭାରତ ସମେତ ଅନ୍ୟ ଦେଶର ଛାତ୍ର ଛାତ୍ରୀମାନେ ମେଡିକାଲ ପଢିବାକୁ ୟୁକ୍ରେନ ଯାଇ ଫେରି ଆସିଛନ୍ତି। ଅଧାରୁ ପାଠ ଛାଡି ଫେରିଥିବା ଛାତ୍ର ଛାତ୍ରୀ ମାନେ ତାଙ୍କର ଏହି ସମସ୍ତ ଛାତ୍ରମାନେ ସେମାନଙ୍କର ପରବର୍ତ୍ତୀ ଅଧ୍ୟୟନ ପାଇଁ ଚିନ୍ତିତ I ଏହି ସମୟରେ ସେମାନଙ୍କ ପାଇଁ ଏକ ବଡ ଖବର ଆସିଛି I
ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ,ୟୁକ୍ରେନରୁ ଫେରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଋଷ ତାଙ୍କ ଦେଶରେ ଡାକ୍ତରୀ ପଢିବା ପାଇଁ ପ୍ରସ୍ତାବ ଦେଇଛି I ଏହା ସହିତ ଋଷ କହିଛି ଯେ ବିନା କୌଣସି ଅତିରିକ୍ତ ଶୁଳ୍କ ବା ଏଗଜାମ ରେ ତାଙ୍କ ଦେଶରେ ରହି ପଢା ଜାରି ରଖିପାରିବେ ବୋଲି କହିଛି ଇ

ଋଷ କହିଛି ଯେ ୟୁକ୍ରେନରୁ ଫେରିଥିବା ସମସ୍ତ ଛାତ୍ର ଚାହିଁଲେ ଆଡମିଶନ ନେଇପାରିବେ। ପୂର୍ବରୁ ଏହି ଛାତ୍ରମାନେ କାଜାଖସ୍ତାନ, ଜର୍ଜିଆ, ଆର୍ମେନିଆ, ବେଲା ଋଷ ଏବଂ ପୋଲାଣ୍ଡର ଶିକ୍ଷା ଅନୁଷ୍ଠାନଗୁଡ଼ିକରୁ ମଧ୍ୟ ସହାୟତା ପାଇଛନ୍ତି। ଏହି ଦେଶଗୁଡ଼ିକ ୟୁକ୍ରେନରେ ପଢ଼ୁଥିବା ଅନ୍ୟ ଦେଶର ଛାତ୍ରଛାତ୍ରୀ ମାନଙ୍କୁ କୌଣସି ଶୁଳ୍କ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବିନା ସ୍ୱୀକାର ନିଜ ଦେଶରେ ଆଡ଼ମିଶନ ଦେବାକୁ ପ୍ରସ୍ତାବ ଦେଇଛନ୍ତି I
ସେହିଭଳି ୟୁକ୍ରେନରୁ ଫେରିଥିବା ୧୪୦ ଜଣ ଭାରତୀୟ ଛାତ୍ରଛାତ୍ରୀ ଙ୍କୁ ମୋଲଡୋଭାର ନିକୋଲାଇ ଟେଷ୍ଟିମିଣ୍ଟାନୁ ଷ୍ଟେଟ ୟୁନିଭରସିଟିରେ ମେଡିକାଲ ଏବଂ ଫାର୍ମାସି ପାଠ୍ୟକ୍ରମରେ ଭର୍ତ୍ତି କରାଯାଇଛି।

ଏସପିଏସ୍ ଆନ୍ତର୍ଜାତୀୟ ପ୍ରତିନିଧୀ ଡକ୍ଟର କର୍ଣ୍ଣେଲିଆ ରୁଡିଙ୍କ ଅନୁଯାୟୀ ଗତ ସପ୍ତାହରେ ୧୪୦ ଜଣ ଭାରତୀୟ ଛାତ୍ରଛାତ୍ରୀ ଙ୍କୁ ଙ୍କୁ ଭର୍ତ୍ତି କରାଯାଇଛି। ଏହି ସମସ୍ତ ଛାତ୍ରଙ୍କଠାରୁ କ ଫୀ ଣସି ଶୁଳ୍କ ଆଦାୟ କରାଯାଇ ନାହିଁ | ଏସପିଏସ୍ ଆନ୍ତର୍ଜାତୀୟ ପ୍ରତିନିଧୀ ଡକ୍ଟର କର୍ଣ୍ଣେଲିଆ ରୁଡି କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ସମୟ ନଷ୍ଟ ନହେବା ପାଇଁ ଏହା ସେମାନଙ୍କ ତରଫରୁ କରାଯାଉଛି।

ତେବେ ଖବର ଅନୁଯାୟୀ, ୟୁକ୍ରେନରୁ ଅଧ୍ୟୟନରତ ଫେରି ଆସିଥିବା ୧୪୦ ଜଣ ଭାରତୀୟ ଛାତ୍ରଙ୍କୁ ମୋଲଡୋଭାର ନିକୋଲାଇ ଟେଷ୍ଟିମିଣ୍ଟାନୋ ଷ୍ଟେଟ ୟୁନିଭରସିଟିରେ ମେଡିକାଲ ଏବଂ ଫାର୍ମାସି ପାଠ୍ୟକ୍ରମରେ ଭର୍ତ୍ତି କରାଯାଇଛି।

ଆମେ ଆପଣଙ୍କୁ କହିରଖୁଛୁ ଯେ ଏହି ନିଷ୍ପତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ୟୁକ୍ରେନରୁ ଭାରତୀୟ ଡାକ୍ତରୀ ଶିକ୍ଷା ବ୍ୟବସ୍ଥାରେ ଫେରି ଆସିଥିବା ଛାତ୍ରମାନଙ୍କର ଏକୀକରଣ ଉପରେ ପ୍ରଶ୍ନ ଉଙ୍କି ମାରୁଛି। ତେବେ ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ୟୁକ୍ରେନ ଛାତ୍ରମାନଙ୍କୁ ଅନଲାଇନ୍ କ୍ଲାସରେ ଯୋଗଦେବାର ସୁଯୋଗ ଦେଇଛି। କିନ୍ତୁ ଦୀର୍ଘକାଳୀନ ସମ୍ପର୍କରେ ବିଭାଗ ପକ୍ଷରୁ କିଛି କୁହାଯାଇ ନାହିଁ।

Comments are closed, but trackbacks and pingbacks are open.