ରାଜଧାନୀରୁ ବାହାରକୁ ଯୁବତୀ ଚାଲାଣ ରାକେଟର ପର୍ଦ୍ଦାଫାଶ

69

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରୁ ଚାଲାଣ ବେଳେ ୪ ଜଣ ଯୁବତୀଙ୍କୁ କମିଶନରେଟ୍ ପୋଲିସ ଉଦ୍ଧାର କରିଛି । ସେମାନଙ୍କ ଭିତରେ ଜଣେ ନାବାଳିକା ଥିବା ଜଣାଯାଇଛି । ଷ୍ଟେ ହୋମ୍ ରେ ଉଦ୍ଧାର ଯୁବତୀ ମାନଙ୍କୁ ରଖାଯାଇଥିବା ସୂଚନା ରହିଛି । ଖବର ଅନୁଯାୟୀ, କିଛି ଏନଜିଓ କର୍ମଚାରୀ ଯୁବତୀମାନଙ୍କୁ ରାଜ୍ୟ ବାହାରକୁ ଚାଲାଣ କରିବାକୁ ଉଦ୍ୟମ କରୁଥିବା ନେଇ ଅଭିଯୋଗ ହୋଇଛି । ୧୬ ନମ୍ବର ଏନ୍‌ଏଚ୍‌ର ବରମୁଣ୍ଡା ଓଭରବ୍ରିଜ୍ କଡ଼ ସର୍ଭିସ ରୋଡରେ ରାତି ପ୍ରାୟ ୧୧ଟା ବେଳେ ଯୁବତୀମାନେ ବସ୍‌ କୁ ଅପେକ୍ଷା କରିଥିଲେ । ଆଖପାଖରେ ଦଲାଲ ମାନେ ସେମାନଙ୍କ ଉପରେ ନଜର ରଖିଥିବାରୁ କୌଶଳ କ୍ରମେ ଜଣେ ଯୁବତୀ ଖସି ଆସି ସୁରକ୍ଷାକର୍ମୀଙ୍କୁ ସବୁ କଥା ଜଣାଇଥିଲେ । ସୁରକ୍ଷାକର୍ମୀମାନେ ଯୁବତୀଙ୍କୁ ଉଦ୍ଧାର କରି ବସ୍‌ଷ୍ଟାଣ୍ଡ ଫାଣ୍ଡି ପୋଲିସ ଜିମା ଦେଇଛନ୍ତି । ତେବେ ବସ୍‌ ଷ୍ଟାଣ୍ଡରୁ ଦଲାଲମାନେ ଖସିଯାଇଛନ୍ତି । ପୋଲିସ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସିସି କ୍ୟାମେରା ଫୁଟେଜ ଯାଞ୍ଚ କରିଛି । ଯୁବତୀମାନଙ୍କୁ ଚାକିରି ଦେବା ବାହାନାରେ ଅନ୍ୟତ୍ର ଚାଲାଣ କରାଯାଉଥିବା ପୋଲିସ ସନ୍ଦେହ କରୁଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Comments are closed, but trackbacks and pingbacks are open.