ଟ୍ରମ୍ପ ପ୍ରଶାସନକୁ ବଡ଼ ଝଟକା: H-1B ଭିସା ଉପରେ ଲଗାଯାଇଥିବା ୧ ଲକ୍ଷ ଡଲାରର ଫି’କୁ ରଦ୍ଦ କଲେ ଫେଡେରାଲ କୋର୍ଟ

118

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତିକୁ ଫେଡେରାଲ କୋର୍ଟଙ୍କ ବଡ଼ ଝଟକା। H-1B ଭିସା ଆବେଦନ ଉପରେ ଟ୍ରମ୍ପ ପ୍ରଶାସନ ଲଗାଇଥିବା ୧,୦୦,୦୦୦ ଆମେରିକୀୟ ଡଲାର (ପ୍ରାୟ ୧ ଲକ୍ଷ ଡଲାର) ର ବର୍ଦ୍ଧିତ ଫି’କୁ ଆମେରିକା ନ୍ୟାୟାଳୟ ବେଆଇନ୍ ଘୋଷଣା କରିଛନ୍ତି। ଟ୍ରମ୍ପଙ୍କ ଏହି ନିଷ୍ପତ୍ତିକୁ ଆମେରିକା କଂଗ୍ରେସର (ସଂସଦ) ଅନୁମୋଦନ ମିଳିନଥିବା ଦର୍ଶାଇ ଫେଡେରାଲ ଜଜ୍ ଏହି ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଆମେରିକୀୟ ଜିଲ୍ଲା କୋର୍ଟ ବିଚାରପତି ଲିଓ ସୋରୋକିନ୍ ଟ୍ରମ୍ପଙ୍କ ଏହି ଭିସା ନୀତିକୁ ଅସାମ୍ବିଧାନିକ ଦର୍ଶାଇଛନ୍ତି। କାର୍ଯ୍ୟନିର୍ବାହୀ ଶାଖା ନିଜ କ୍ଷମତାର ଅପବ୍ୟବହାର କରି ପ୍ରଶାସନିକ ପ୍ରକ୍ରିୟା ଆଇନ ଉଲ୍ଲଂଘନ କରିଛି ବୋଲି ବିଚାରପତି କହିଛନ୍ତି। ସମ୍ବାଦ ସଂସ୍ଥା ‘ଆସୋସିଏଟ୍ ପ୍ରେସ’ର ରିପୋର୍ଟ ଅନୁଯାୟୀ, କଂଗ୍ରେସର ଆବଶ୍ୟକ ସହମତି ବିନା H-1B ଭିସା ଆବେଦନ ଉପରେ ଏହି ଅତିରିକ୍ତ ଟିକସ ଲାଗୁ କରାଯାଇଥିଲା। ସାଧାରଣତଃ H-1B ଭିସା ପାଇଁ ଆବେଦନ କରିବାକୁ ପୂର୍ବରୁ କିଛି ହଜାର ଡଲାର ଖର୍ଚ୍ଚ ହେଉଥିଲା। ମାତ୍ର ଡୋନାଲ୍ଡ ଟ୍ରମ୍ପ ଦାୟିତ୍ବ ନେବା ପରେ ଏହି ଫି’କୁ ହଠାତ୍ ୧,୦,୦୦୦ ଡଲାରକୁ ବୃଦ୍ଧି କରିଥିଲେ। ଫଳରେ ଆମେରିକାରେ ଚାକିରି ଆଶାୟୀ, ବିଦେଶୀ ସଂସ୍ଥା ଏବଂ ଭାରତୀୟ ଆଇଟି ପ୍ରଫେସନାଲଙ୍କ ମଧ୍ୟରେ ଭୟ ଓ ଅସ୍ଥିରତା ଦେଖାଦେଇଥିଲା। ଏହି ନିଷ୍ପତ୍ତି ବିରୋଧରେ କୋର୍ଟରେ ଏକାଧିକ ମୋକଦ୍ଦମା ଦାଏର କରାଯାଇଥିବା ବେଳେ ଏବେ କୋର୍ଟ ଏହା ଉପରେ ରୋକ୍ ଲଗାଇଛନ୍ତି।

Comments are closed, but trackbacks and pingbacks are open.