ଭୁବନେଶ୍ବର: ବୈତରଣୀ ନଦୀରେ ବୃଦ୍ଧି ପାଉଛି ଜଳସ୍ତର। ଚଳିତ ଋତୁରେ ବୈତରଣୀରେ ଚତୁର୍ଥ ଥର ପାଇଁ ବନ୍ୟା ଆସିଥିବା ବେଳେ ଆଖୁଆପଦା ଠାରେ ବନ୍ୟାଜଳ ବିପଦ ସଂକେତ ଅତିକ୍ରମ କରିଛି। ଆଖୁଆପଦା ଠାରେ ବିପଦ ସଂକେତ ୧୮.୩୩ ମିଟର ଥିବା ବେଳେ දැනට ଜଳସ୍ତର ୧୮.୩୫ ମିଟରରେ ପ୍ରବାହିତ ହେଉଛି। ବୈତରଣୀ ବନ୍ୟା ଯୋଗୁଁ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ୧୨ଟି ଓ ତିହିଡ଼ି ବ୍ଲକର ୨ଟି ପଞ୍ଚାୟତ ଜଳାର୍ଣ୍ଣବ ହୋଇପଡ଼ିଛି। ବନ୍ୟାଜଳ ରାସ୍ତା ଉପରେ ପ୍ରବାହିତ ହେଉଥିବାରୁ ଭଦ୍ରକ-ଆରଡ଼ି, ଧୂଷୁରୀ-ହସନାବାଦ, ପତ୍ରି-ଫତେପୁର ଏବଂ ଗୁଡ଼ୁପୋଖରୀ-ଭଉରିଆବାଙ୍କ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ଏହାସହ ଧାମନଗର ବ୍ଲକର ବିଭିନ୍ନ ଗାଁରେ ଲୋକଙ୍କ ଘରେ ବନ୍ୟାପାଣି ପଶିଯାଇଛି। ପୂର୍ବ ବନ୍ୟାରେ ସୃଷ୍ଟି ହୋଇଥିବା ଘାଇ ଉପର ଦେଇ ବନ୍ୟାପାଣି ପୁଣିଥରେ ଗାଁକୁ ପ୍ରବେଶ କରିଛି।
Comments are closed, but trackbacks and pingbacks are open.