ତମାଖୁ ପ୍ରଚାର ପାଇଁ ସ୍ପଷ୍ଟୀକରଣ ମାଗିଲା ଏଫଡିଏ: ଅଜୟ ଦେବଗନ ଏବଂ ଶାହରୁଖ ଖାନଙ୍କୁ ନୋଟିସ୍

13

ନୂଆଦିଲ୍ଲୀ: ମହାରାଷ୍ଟ୍ର ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏଫଡିଏ) ଏକ ବିଜ୍ଞାପନ ସମ୍ପର୍କରେ ଚଳଚ୍ଚିତ୍ର ଅଭିନେତା ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି। ଏଫଡିଏ ଅଭିଯୋଗ କରିଛି ଯେ, ବିଜ୍ଞାପନଟି ଏକ ନିଷିଦ୍ଧ ଘରୋଇ ବ୍ରାଣ୍ଡ ପାନ ମସାଲାର ପରୋକ୍ଷ କିମ୍ବା ସରୋଗେଟ୍ ପ୍ରଚାର ହୋଇପାରେ। ନୋଟିସରେ ତିନି ଜଣଙ୍କଠାରୁ ବିଜ୍ଞାପନରେ ସେମାନଙ୍କର ଭୂମିକା ସମ୍ପର୍କରେ ସ୍ପଷ୍ଟୀକରଣ ଲୋଡାଯାଇଛି। ଏଫଡିଏ ଅନୁଯାୟୀ, ବିଜ୍ଞାପନରେ ବ୍ୟବହୃତ ବ୍ରାଣ୍ଡ ନାମ, ସଂଳାପ ଏବଂ ଉପସ୍ଥାପନା ପାନ ମସାଲା ସହିତ ଏକ ଘରୋଇ ବ୍ରାଣ୍ଡର ସମ୍ପର୍କକୁ ଦର୍ଶାଉଛି। ୧୩ ଜୁଲାଇ, ୨୦୨୬ ତାରିଖର ଏକ ଆଦେଶ ଅନୁଯାୟୀ, ମହାରାଷ୍ଟ୍ରରେ ପାନ ମସାଲା ଭଳି ନିଷିଦ୍ଧ ଉତ୍ପାଦଗୁଡ଼ିକର ଉତ୍ପାଦନ, ସଂରକ୍ଷଣ, ପରିବହନ, ବଣ୍ଟନ ଏବଂ ବିକ୍ରୟକୁ ଏକ ବର୍ଷ ପାଇଁ ନିଷିଦ୍ଧ କରାଯାଇଛି। ଏଫଏସଏସ ଆଇନର ଧାରା ୨୪ ଏବଂ ୫୩କୁ ଉଦ୍ଧୃତ କରି ଏଫଡିଏ କହିଛି ଯେ, ବିଭ୍ରାନ୍ତିକର ଖାଦ୍ୟ ବିଜ୍ଞାପନ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ କରାଯାଇପାରିବ। ମହାରାଷ୍ଟ୍ର ୨୦୧୨ ମସିହାରୁ FSS ଆଇନର ଧାରା ୩୦(୨)(ଏ) ଅନୁଯାୟୀ ତମାଖୁ କିମ୍ବା ନିକୋଟିନ ଯୁକ୍ତ ଗୁଟଖା ଏବଂ ପାନ ମସଲାକୁ ନିଷିଦ୍ଧ କରିଛି ଏବଂ ପ୍ରତିବର୍ଷ ଏହି ନିଷେଧ ନବୀକରଣ କରାଯାଏ।

Comments are closed, but trackbacks and pingbacks are open.