ଅଯୋଧ୍ୟା ଦାନ ଅର୍ଥ ହେରଫେର ମାମଲାରେ ଅଭିଯୁକ୍ତଙ୍କୁ ଅଯୋଧ୍ୟା ଓକିଲଙ୍କ ଚେତାବନୀ

27

ଅଯୋଧ୍ୟା: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଦାନ ଅର୍ଥ ଦୁର୍ନୀତିକୁ ନେଇ ସ୍ଥାନୀୟ ଅଯୋଧ୍ୟା ବାର୍ ଆସୋସିଏସନ୍ (ଓକିଲ ସଂଘ) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ଅଭିଯୁକ୍ତମାନଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି। ସଂଘ ପକ୍ଷରୁ ସ୍ପଷ୍ଟ ଚେତାବନୀ ଦିଆଯାଇଛି ଯେ, ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ, ଅନିଲ ମିଶ୍ର ଏବଂ ଗୋପାଳ ରାଓଙ୍କୁ ଆସନ୍ତା ୩ ଦିନ ମଧ୍ୟରେ ଅଯୋଧ୍ୟା ଛାଡ଼ିବାକୁ ହେବ। ଯଦି ସେମାନେ ଏହି ସମୟସୀମା ଭିତରେ ଅଯୋଧ୍ୟା ନ ଛାଡ଼ନ୍ତି ତେବେ କାହାକୁ ବି ଅଯୋଧ୍ୟାରେ ପ୍ରବେଶ କରିବାକୁ ଦିଆଯିବ ନାହିଁ। ଅଯୋଧ୍ୟା ବାର୍ ଆସୋସିଏସନର ସଭାପତି କାଳିକା ପ୍ରସାଦ ମିଶ୍ର ଗଣମାଧ୍ୟମକୁ ଦେଇଛନ୍ତି ଯେ, ରାମଲଲାଙ୍କ ଦାନ ଅର୍ଥ ଚୋରି ମାମଲାରେ ସଂପୃକ୍ତ କୌଣସି ବି ଅଭିଯୁକ୍ତଙ୍କ ପାଇଁ ଅଯୋଧ୍ୟାର କୌଣସି ଓକିଲ କୋର୍ଟରେ ମାମଲା ଲଢ଼ିବେ ନାହିଁ। ଯଦି କେହି ଏହି ନିଷ୍ପତ୍ତିର ଖିଲାପ କରନ୍ତି, ତେବେ ଉକ୍ତ ଓକିଲଙ୍କ ଉପରେ ୫ ଲକ୍ଷ ଟଙ୍କାର ଜରିମାନା ଲଗାଯିବା ସହ ତାଙ୍କର ସଦସ୍ୟତା ସ୍ଥାୟୀ ଭାବେ ରଦ୍ଦ କରାଯିବ। କୋଟି କୋଟି ଟଙ୍କାର ଚଢ଼ାଉ ଅର୍ଥ ହେରଫେର କେବଳ ଟଙ୍କା ଗଣୁଥିବା କର୍ମଚାରୀଙ୍କ ଦ୍ୱାରା ସମ୍ଭବ ନୁହେଁ ବୋଲି ପୋଲିସ ସ୍ପଷ୍ଟ କରିଛି। ତଦନ୍ତରୁ ଜଣାପଡ଼ିଛି ଯେ, ଦୁଇ ଜଣ ବ୍ୟାଙ୍କ କର୍ମଚାରୀ ଏହି ମାମଲାରେ ସକ୍ରିୟ ଭାବେ ଜଡ଼ିତ ଥିଲେ।

Comments are closed, but trackbacks and pingbacks are open.