ଏଏସ୍‌ଓ ନିଯୁକ୍ତି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣା: ୧୪ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ

41

ଭୁବନେଶ୍ବର: ହାଇକୋର୍ଟରେ ଏଏସଓ ପଦରେ ନିଯୁକ୍ତି ପାଇଁ ଅନୁଷ୍ଠିତ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ନେଇ ଲାଲବାଗ ଥାନାରେ ରୁଜୁ ମାମଲାରେ ଗିରଫ ହୋଇ ଜେଲରେ ଥିବା ୧୪ଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଶ୍ରୀଧର ମନ୍ତ୍ରୀ, ନିର୍ମାଲ୍ୟକୃଷ୍ଣ ଦାସ, ଗଙ୍ଗାଧର ଜେନା, ସୁରେଶଚନ୍ଦ୍ର ନାୟକ, ଆଲୋକ ସାହୁ, ଶଙ୍କର ପୃଷ୍ଟି, ସପନ କୁମାର ପଣ୍ଡା, ଲୋକନାଥ ସାହୁ, ତଫିନ ଅହମ୍ମଦ ଖାଁ, ରାମଜୀ ପ୍ରସାଦ ଗୁପ୍ତା, ଜ୍ୟୋତିର୍ମୟୀ ସାହୁ ,ସତ୍ୟବ୍ରତ ମହାନ୍ତି, ଇପିଲି ସୀତାରାମ, ହିମାଂଶୁଶେଖର ଦାଶଙ୍କ ନିୟମିତ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ସମସ୍ତ ୧୪ଟି ଜାମିନ ଆବେଦନର ଏକତ୍ର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି। ପ୍ରଶ୍ନପତ୍ର ଲିକ୍‌, ଅନ୍ୟାୟପୂର୍ଣ୍ଣ ଭ୍ରଷ୍ଟ ଆଚରଣ ଆପଣାଇ ପ୍ରାର୍ଥୀଙ୍କୁ ମ‌ଡେଲ ଆନସର ସିଟ୍‌ ପ୍ରଦାନ ଭଳି ଅଭିଯୋଗ ଅଭିଯୁକ୍ତଙ୍କ ବିରୋଧରେ ରହିଥିବା ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା। ଏଭଳି ପରିସ୍ଥିତି ପାଇଁ ଏଏସଓ ମୁଖ୍ୟ ପରୀକ୍ଷା ହାଇକୋର୍ଟ ବାତିଲ କରିବାବାକୁ ବାଧ୍ୟ ହୋଇଥିଲେ। ଫଳରେ ବହୁ ମେଧାବୀ ପ୍ରାର୍ଥୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏଥି ସହିତ କେତେକ ଅଭିଯୁକ୍ତଙ୍କ ପୁଲିସ ଏସଆଇ ଓ ଅନ୍ୟ ସମାନଧରଣର ପରୀକ୍ଷା ଜାଲିଆତିରେ ସଂପୃକ୍ତି ଥିବା ଜଣା ପଡ଼ିଥିଲା। ଏହି ସବୁ ପ୍ରସଂଗକୁ ବିଚାରକୁ ନେଇ ହାଇକୋର୍ଟ ଅଭିଯୁକ୍ତଙ୍କୁ ଜାମିନ ଦେବାକୁ ମନା କରିଛନ୍ତି। 

Comments are closed, but trackbacks and pingbacks are open.