ଜନ୍ତରମନ୍ତର ପ୍ରତିବାଦ: ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନକୁ ପାକିସ୍ତାନୀ କ୍ରିକେଟରଙ୍କ ସମର୍ଥନ

22

ନୂଆଦିଲ୍ଲୀ: ଆଜି ସକାଳ ଠାରୁ ଦିଲ୍ଲୀର ଜନ୍ତରମନ୍ତର ଅଞ୍ଚଳ ଖବରର ଶିରୋନାମାରେ ରହିଛି। ପ୍ରତିବାଦ ପାଇଁ ଆନୁଷ୍ଠାନିକ ଭାବେ ଅନୁମତି ମିଳିନଥିଲେ ମଧ୍ୟ ବହୁସଂଖ୍ୟାରେ ପ୍ରଦର୍ଶନକାରୀ ସେଠାରେ ପହଞ୍ଚିଛନ୍ତି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ କକ୍ରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖିଛି। ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ସାଧାରଣରେ ମତପ୍ରକାରଭେଦ ଦେଖିବାକୁ ମିଳିଛି; ଯେଉଁଠାରେ କେତେକ ବ୍ୟକ୍ତି ପୋଲିସର କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରୁଥିବା ବେଳେ ଅନ୍ୟମାନେ ଏହାର ଦୃଢ଼ ବିରୋଧ କରୁଛନ୍ତି। ଏହାରି ଭତରେ ଜଣେ ପୂର୍ବତନ ପାକିସ୍ତାନୀ କ୍ରିକେଟର ମଧ୍ୟ ଏହି ସମ୍ପୂର୍ଣ୍ଣ ଘଟଣାକ୍ରମ ଉପରେ ନିଜର ପ୍ରତିକ୍ରିୟା ରଖି ଚର୍ଚ୍ଚାକୁ ଆସିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଅକ୍ଟୋବର ୧୦ ତାରିଖରେ ଜନ୍ତରମନ୍ତରରେ ବିଶାଳ ପ୍ରତିବାଦ କରାଯିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ଗତ କିଛି ଦିନ ହେବ ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଜାରି ରଖିବା ସହ ଜନ୍ତରମନ୍ତରକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତାଗୁଡ଼ିକୁ କଡ଼ା ନଜରରେ ରଖିଛି। ଆଜି ସକାଳୁ ସମସ୍ତ ସମ୍ବେଦନଶୀଳ ସ୍ଥାନ ଓ ରାସ୍ତାରେ ବ୍ୟାପକ ପୋଲିସ ବାହିନୀ ମୁତୟନ କରାଯାଇଛି। ଯାନବାହନ ଏବଂ ଯାତ୍ରୀମାନଙ୍କୁ କଡ଼ା ଯାଞ୍ଚ କରାଯାଉଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କୋହଳ ନକରି ପୋଲିସ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଉଛି।

Comments are closed, but trackbacks and pingbacks are open.