ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବା ଦାବି ଉପରେ ତତ୍କାଳ ଆଦେଶ ଦେବାକୁ ମନା କଲେ ସୁପ୍ରିମ କୋର୍ଟ

20

ନୂଆଦିଲ୍ଲୀ: ଜ୍ଞାନେଶ କୁମାରଙ୍କୁ ତୁରନ୍ତ ପଦରୁ ହଟାଇବା ଦାବି ଉପରେ ତତ୍କାଳ ଆଦେଶ ଦେବାକୁ ମନା କରି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଆମେ ନ୍ୟୁଜ୍ ରିପୋର୍ଟ ଆଧାରରେ ଆଦେଶ ଜାରି କରି ପାରିବୁ ନାହିଁ। ଜ୍ଞାନେଶ କୁମାରଙ୍କ ବିରୁଦ୍ଧରେ ଦାଖଲ ଯାଚିକାରେ ଏସଆଇଟି ତଦନ୍ତ ଏବଂ ଏସଆଇଆରକୁ ବେଆଇନ ଘୋଷିତ କରିବାକୁ ଦାବି କରାଯାଇଛି। ଉଚ୍ଚତମ ନ୍ୟାୟାଳୟ ମାମଲାରେ ଭାରତ ସରକାର, ତିନି ନିର୍ବାଚନ ଆୟୁକ୍ତ, କ୍ୟାବିନେଟ୍ ସଚିବ, ବରିଷ୍ଠ ଉପନିର୍ବାଚନ ଆୟୁକ୍ତ ମନୀଷ ଗର୍ଗ, ଆଇଟି ହେଡ୍ ସୀମା ଖନ୍ନାଙ୍କୁ ନୋଟିସ୍ ଜାରି କରିଛନ୍ତି l ଯାଚିକା ଉପରେ ଶୁଣାଣି କରି ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ପୀଠ ସ୍ପଷ୍ଟ ସଙ୍କେତ ଦେଇଛନ୍ତି ଯେ, ଯଦି ନିର୍ବାଚନ ଆୟୋଗଙ୍କ ଉତ୍ତର ମିଳିବା ପରେ ଏହା ସାବ୍ୟସ୍ତ ହୁଏ ଯେ, ନିୟମ ଏବଂ ସର୍ବସମ୍ମତିକୁ ଅଣଦେଖା କରି ନିଷ୍ପତ୍ତି ନିଆଯାଇଥିଲା, ତେବେ ଅଦାଲତ ଆୟୋଗର ପୂର୍ବ ନିଷ୍ପତ୍ତିକୁ ବଦଲାଇ ଦେବେ। ସିଜେଆଇଙ୍କ ଖଣ୍ଡପୀଠ ଏହା ମଧ୍ୟ କହିଛନ୍ତି, ପ୍ରଥମେ ନୋଟିସର ଉତ୍ତର ଆସିବାକୁ ଦିଆଯାଉ। ଯଦି ନିର୍ବାଚନ ଆୟୋଗ ଏବଂ ରେକର୍ଡରୁ ଏହା ସ୍ପଷ୍ଟ ହୁଏ ଯେ, ନିଷ୍ପତ୍ତିରେ ସର୍ବସମ୍ମତିରେ ହୋଇ ନାହିଁ ତେବେ ଆମେ ନିର୍ବାଚନ ଆୟୋଗଙ୍କ ସମସ୍ତ ନିଷ୍ପତ୍ତିକୁ ରଦ୍ଦ କରିଦେବୁ।

Comments are closed, but trackbacks and pingbacks are open.