ବାୟୁସେନାର ଶକ୍ତି ବୃଦ୍ଧି: ବର୍ଷ ଶେଷ ସୁଦ୍ଧା ମିଳିବ ସ୍ୱଦେଶୀ ‘ଏଲସିଏ ମାର୍କ-୧ଏ’ ଯୁଦ୍ଧବିମାନ

43

ନୂଆଦିଲ୍ଲୀ: ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଲୁକା ଯୁଦ୍ଧବିମାନ ’ଏଲସିଏ ମାର୍କ-୧ଏ’ ର ହସ୍ତାନ୍ତର ପ୍ରକ୍ରିୟା ଚଳିତ ବର୍ଷ ଶେଷ ସୁଦ୍ଧା ଆରମ୍ଭ ହେବ। ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍ ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ରବି କେ. ସୂଚନା ଦେଇଛନ୍ତି ଯେ, ବିମାନର ରାଡାର୍ ଏବଂ ଅସ୍ତ୍ରଶସ୍ତ୍ର ସଂଯୋଗ ସମ୍ପର୍କିତ ଶେଷ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି, ଯାହା ଆଗାମୀ ମାସକ ମଧ୍ୟରେ ଶେଷ ହେବ। ଭାରତୀୟ ବାୟୁସେନାର ଯୁଦ୍ଧବିମାନ ସ୍କ୍ୱାଡ୍ରନ୍ ସଂଖ୍ୟା ହ୍ରାସ ପାଉଥିବା ବେଳେ HAL କୁ ମୋଟ ୧.୧ ଲକ୍ଷ କୋଟି ଟଙ୍କାର ୧୮୦ଟି ”ମାର୍କ-୧ଏ” ଯୁଦ୍ଧବିମାନ ପାଇଁ ଦୁଇଟି ବଡ଼ ଅର୍ଡର ମିଳିଛି। ୨୦୨୬-୨୭ ଆର୍ଥିକ ବର୍ଷରେ ବାୟୁସେନାକୁ ୧୦ଟି ଯୁଦ୍ଧବିମାନ ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ, ଏଥିପାଇଁ ଆମେରିକାର ”ଜିଇ ଏରୋସ୍ପେସ୍”ରୁ ଆବଶ୍ୟକୀୟ ୧୦ଟି ଇଞ୍ଜିନ୍ ମଧ୍ୟ ମିଳିସାରିଛି।

Comments are closed, but trackbacks and pingbacks are open.