ବିଜେପି ଛାଡ଼ିଲେ ମାଲାୟଲମ ଅଭିନେତା ଦେବନ୍: ଟିଭିକେରେ ଯୋଗଦେବା ନେଇ ଚର୍ଚ୍ଚା

40

ନୂଆଦିଲ୍ଲୀ: ତାମିଲନାଡୁରେ ଥଲାପଥି ବିଜୟଙ୍କ ନେତୃତ୍ୱାଧୀନ ‘ଟିଭିକେ’  ଦଳର ଲୋକପ୍ରିୟତା ବୃଦ୍ଧି ସହ ଅନ୍ୟ ଦଳର ନେତା ଓ ସେଲିବ୍ରିଟିମାନଙ୍କ ଯୋଗଦାନ ଜାରି ରହିଛି। ଏହି କ୍ରମରେ କେରଳ ବିଜେପିର ବରିଷ୍ଠ ନେତା ତଥା ଜଣାଶୁଣା ମାଲାୟଲମ ଅଭିନେତା ଦେବନ୍ ବିଜେପିରୁ ଇସ୍ତଫା ଦେଇଛନ୍ତି। ସେ ଟିଭିକେରେ ସାମିଲ ହେବା ପାଇଁ ଉତ୍ସୁକ ଥିବା ବେଳେ ଦଳର ସୁପ୍ରିମୋ ବିଜୟଙ୍କ ସହ ସାକ୍ଷାତ ପାଇଁ ଅପେକ୍ଷା କରିଛନ୍ତି। ଦଳ ଛାଡ଼ିବା ନେଇ ଦେବନ୍ ବିଜେପି ନେତୃତ୍ୱ ଉପରେ କଡ଼ା ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, “ମୁଁ ବିଜେପି ପାଇଁ ଅତ୍ୟନ୍ତ ନିଷ୍ଠାର ସହ ଏବଂ ଅନେକ ଆହ୍ୱାନର ସାମ୍ନା କରି କାମ କରୁଥିଲି। ମାତ୍ର ଦଳୀୟ ନେତୃତ୍ୱ ମୋର ଲକ୍ଷ୍ୟ ଓ ଯୋଜନାକୁ ବୁଝିବାରେ ବିଫଳ ହେଲେ।” ସୂଚନାଯୋଗ୍ୟ, ତାମିଲନାଡୁ ରାଜନୀତିରେ ଟିଭିକେର ପ୍ରଭାବ ବୃଦ୍ଧି ପାଉଥିବା ବେଳେ ପଡ଼ୋଶୀ କେରଳର ନେତାମାନେ ମଧ୍ୟ ଏହି ଦଳ ପ୍ରତି ଆକୃଷ୍ଟ ହେଉଥିବା ଦେଖିବାକୁ ମିଳୁଛି।

Comments are closed, but trackbacks and pingbacks are open.