ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ଅଭିଯୋଗ

14

ମାଲକାନଗିରି: ହରିୟାଣା ପୁଲିସ ଦ୍ୱାରା ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଅଟକ ରଖାଯାଇଥିବା ଜଣେ ଯୁବକଙ୍କ ମୃତଦେହ ମାଲକାନଗିରିର ଏକ ହୋଟେଲ ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେବା ପରେ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମୃତ ଯୁବକ ଜଣକ ହେଉଛନ୍ତି ଏମଭି-୬୫ ଗ୍ରାମର ବାପନ । ପ୍ରତିବାଦରେ ମୃତ ଯୁବକଙ୍କ ପରିବାର ଓ ସମ୍ପର୍କୀୟଙ୍କ ପକ୍ଷରୁ ମାଲକାନଗିରି ଥାନାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ମିଳିଥିବା ସୂଚନା ଅନୁସାରେ, ଏକ ଗଞ୍ଜେଇ ଚୋରାଚାଲାଣ ସହ ତାଙ୍କର ସମ୍ପୃକ୍ତି ଥିବା ସନ୍ଦେହରେ ହରିୟାଣା ପୋଲିସ ତାଙ୍କୁ ଅଟକ ରଖିଥିଲା। ଏହାପରେ ଯୁବକଙ୍କୁ ମାଲକାନଗିରିର ଏକ ଘରୋଇ ହୋଟେଲରେ ହରିୟାଣା ପୁଲିସ ନିଜ ହେପାଜତରେ ରଖିଥିଲା। ତେବେ ଆଜି ସକାଳେ ହୋଟେଲ ଭିତରୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିବା ଘଟଣାକୁ ଅଧିକ ରହସ୍ୟମୟ କରି ଦେଇଛି । ଏହି ଘଟଣା ଜଣାପଡ଼ିବା ପରେ ମୃତ ଯୁବକଙ୍କ ପରିବାର ଓ ସମ୍ପର୍କୀୟମାନେ ମାଲକାନଗିରି ଥାନାରେ ପହଞ୍ଚିଥିଲେ। ଫଳରେ ଥାନା ପରିସରରେ ଉତ୍ତେଜନା ଦେଖାଦେଇଛି। ତେବେ ଯୁବକଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହେଲା, ତାହାକୁ ନେଇ ଏବେ ଉଠିଛି ପ୍ରଶ୍ନ। ଘଟଣାର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ ।

Comments are closed, but trackbacks and pingbacks are open.