ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ: ବୈଜୟନ୍ତ ପଣ୍ଡା ଏବଂ ସମ୍ବିତ ପାତ୍ରଙ୍କୁ ବଡ଼ ଦାୟିତ୍ଵ

34

ନୂଆଦିଲ୍ଲୀ: ବିଜେପି ସଭାପତି ନୀତିନ ନବୀନ ନୂଆ ଟିମ୍ ଘୋଷଣା କରିଛନ୍ତି। ବୈଜୟନ୍ତ ପଣ୍ଡାକୁ ପୁଣିଥରେ ବଡ଼ ଦାୟିତ୍ଵ ମିଳିଛି। ବୈଜୟନ୍ତଙ୍କୁ ଉପ-ସଭାପତି ଭାବରେ ନିଯୁକ୍ତ କରାଯାଇଛି। ସେହିଭଳି ପୁରୀ ସାଂସଦ ଡା ସମ୍ବିତ ପାତ୍ରଙ୍କୁ ଉତ୍ତର-ପୂର୍ବ ସଂଯୋଜକ ଭାବରେ ନିଯୁକ୍ତି ମିଳିଛି। ସ୍ମୃତି ଇରାନୀଙ୍କୁ ଜାତୀୟ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପ-ସଭାପତି ନିଯୁକ୍ତ କରାଯାଇଛି। ୬୫ ନେତାଙ୍କ ତାଲିକାରେ ଦଳ ୧୩ ଜଣ ଉପାଧ୍ୟକ୍ଷ, ୮ ଜଣ ଜାତୀୟ ସାଧାରଣ ସମ୍ପାଦକ ଏବଂ ୧୬ ଜଣ ରାଷ୍ଟ୍ରୀୟ ମନ୍ତ୍ରୀଙ୍କୁ ନିଯୁକ୍ତ କରିଛି, ଯାହାଙ୍କ ମଧ୍ୟରୁ ୧୩ ଜଣ ମହିଳା ସାମିଲ। ଉତ୍ତର ପ୍ରଦେଶରୁ ମୋଟ ୮ ଜଣ ନେତା ଟିମ୍ ବିଜେପିରେ ଯୋଗ ଦେଇଛନ୍ତି, ଯେଉଁଠାରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ବିଜେପି ଅମିତ ମାଲବ୍ୟଙ୍କୁ ହଟାଇ ଦୀପକ ମହସ୍କେଙ୍କୁ ସୋସିଆଲ ମିଡିଆ ସଂଯୋଜକ ଭାବରେ ନିଯୁକ୍ତ କରିଛି। ବସୁନ୍ଧରା ରାଜେ ସିନ୍ଧିଆ, ତିରଥ ସିଂ ରାୱତ, ରାମ ମାଧବ, ବୈଜୟନ୍ତ ଜୟ ପଣ୍ଡା, ଡି ପୁରନ୍ଦେଶ୍ୱରୀ, ରେଖା ଦର୍ମା, ବର୍ଷାବେନ ନରେନ୍ଦ୍ରଭାଇ ଦୋଶି, ଭାରତୀ ପ୍ରବୀଣ ପାୱାର, ମନପ୍ରୀତ ସିଂ ବାଦଲ, ଲାଲ ସିଂ ଆର୍ଯ୍ୟ, ପ୍ରଫେସର ଏମ ନାଗରାଜ, ପ୍ରଫେସର ତରିକ ମଂସୁରରଏବଂ ଡା ମଧୁଚନ୍ଦ୍ର କରଙ୍କୁ ଉପାଧ୍ୟକ୍ଷ ନିଯୁକ୍ତ କରାଯାଇଛି। ବି.ଏଲ୍ ସନ୍ତୋଷଙ୍କୁ ଜାତୀୟ ସାଧାରଣ ସମ୍ପାଦକ (ସଂଗଠନ) ଭାବେ ନିଯୁକ୍ତି ଦିଆଯାଇଛି। ଜାତୀୟ ସହ-ସାଧାରଣ ସମ୍ପାଦକ (ସଂଗଠନ) ଭାବରେ ଶିବ ପ୍ରକାଶ ଏବଂ ସୌଦାନ ସିଂଙ୍କୁ ନିଯୁକ୍ତ କରାଯାଇଛି। ବିନୋଦ ତାୱଡେ, ସୁନୀଲ ବଂଶଲ, ବିପ୍ଲବ କୁମାର ଦେବ, ସ୍ମୃତି ଇରାନୀ, ସତୀଶ ପୁନିଆ, ଗଜେନ୍ଦ୍ର ପଟେଲ, ହରିଶ ଦ୍ୱିବେଦୀ ଏବଂ ସଞ୍ଜୟ ଭାଟିଆଙ୍କୁ ଜାତୀୟ ସାଧାରଣ ସଚିବ ଭାବରେ ନିଯୁକ୍ତ କରାଯାଇଛି।

Comments are closed, but trackbacks and pingbacks are open.