ନୀଳାଦ୍ରି ବିହାରରେ ଜବରଦଖଲ ଉଚ୍ଛେଦ, ୩୩୦ ଟ୍ରାଞ୍ଜିଟ୍ ହାଉସ୍ ଭଙ୍ଗାଯାଉଛି

22

ଭୁବନେଶ୍ୱର: ଭୁବନେଶ୍ୱରର ନୀଳାଦ୍ରି ବିହାର ଅଞ୍ଚଳରେ ଜବରଦଖଲକୁ ନେଇ ଉତ୍ତେଜନା ଦେଖାଦେଇଛି। ୩୩୦ଟି ଟ୍ରାଞ୍ଜିଟ୍ ହାଉସ୍ ଭଙ୍ଗାଯିବାକୁ ଥିବାବେଳେ ଉଚ୍ଛେଦ ସମୟରେ ଲୋକଙ୍କ ଅସନ୍ତୋଷ ଦେଖାଦେଇଥିଲା । ମିଳିଥିବା ସୂଚନା ଅନୁସାରେ, ନୀଳାଦ୍ରି ବିହାର ଅଞ୍ଚଳରେ ଥିବା ଏହି ଟ୍ରାଞ୍ଜିଟ୍ ହାଉସ୍‌ଗୁଡ଼ିକରେ ଦୀର୍ଘଦିନ ଧରି ଅନେକ ପରିବାର ରହିଆସୁଥିଲେ। ତେବେ ଉଚ୍ଛେଦ ପୂର୍ବରୁ ସେମାନଙ୍କୁ ଥଇଥାନ କରିବାକୁ ଦାବି ହୋଇଛି। ଘର ଭାଙ୍ଗିବା ପୂର୍ବରୁ ବିକଳ୍ପ ବ୍ୟବସ୍ଥା କରାଯାଉ ବୋଲି ଲୋକମାନେ ଦାବି କରିଛନ୍ତି। ମାତ୍ର ସରକାରଙ୍କ ପକ୍ଷରୁ ଟ୍ରାଞ୍ଜିଟ୍ ହାଉସ୍‌ରେ ରହୁଥିବା ଲୋକଙ୍କ ପାଇଁ ନିକଟସ୍ଥ ବୁଧବିହାର ଅଞ୍ଚଳର ହାଉସିଂ ପ୍ରୋଜେକ୍ଟରେ ଘର ଯୋଗାଇ ଦିଆଯାଇଥିବା ଜଣାପଡ଼ିଛି। ଘର ଆବଣ୍ଟନ ପରେ ମଧ୍ୟ କିଛି ଲୋକ ଟ୍ରାଞ୍ଜିଟ୍ ହାଉସ୍ ଖାଲି କରୁନଥିବା ଅଭିଯୋଗ ହେବାପରେ ବାଧ୍ୟ ହୋଇ BMC ଓ BDA ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। ଚନ୍ଦ୍ରଶେଖରପୁର ଥାନା ପୁଲିସର ଉପସ୍ଥିତିରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ୩ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। BMC ଓ BDAର ଅଧିକାରୀଙ୍କ ଉପସ୍ଥିତିରେ ଟ୍ରାଞ୍ଜିଟ୍ ହାଉସ୍ ଭଙ୍ଗା କାର୍ଯ୍ୟ ଜାରି ରହିଛି।

Comments are closed, but trackbacks and pingbacks are open.