ସାଇବର ଅପରାଧ ବିରୋଧରେ କଠୋର ପଦକ୍ଷେପ: ମ୍ୟୁଲ୍ ଆକାଉଣ୍ଟ ମାମଲାରେ ଦଣ୍ଡାଦେଶ

9

କଟକ: ସାଇବର ଠକେଇରେ ବ୍ୟବହୃତ ମ୍ୟୁଲ୍ ଆକାଉଣ୍ଟ ମାମଲାରେ ଅଭିଯୁକ୍ତ ଗୌରୀ ଶଙ୍କର ଦାଶ (୩୨) ଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ସଶ୍ରମ କାରାଦଣ୍ଡ ଓ ୨୦,୦୦୦ ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି ସମ୍ବଲପୁର ଜିଲ୍ଲାର ମାନ୍ୟବର ଜେଏମଏଫସି ଅଦାଲତ। ସୂଚନା ଅନୁସାରେ, ଅଭିଯୁକ୍ତ ଗୌରୀ ଶଙ୍କର କୋଟାକ ମହିନ୍ଦ୍ରା ବ୍ୟାଙ୍କ ଆକାଉଣ୍ଟଟି ନାସନାଲ୍ ସାଇବର୍ କ୍ରାଇମ୍ ରିପୋର୍ଟିଂ ପୋର୍ଟାଲ (NCRP) ମାଧ୍ୟମରେ ଚିହ୍ନଟ ହୋଇଥିଲା। ଉକ୍ତ ଆକାଉଣ୍ଟକୁ ବିଭିନ୍ନ ସମୟରେ ପର୍ଯ୍ୟାୟ କ୍ରମେ ବିପୁଳ ଟଙ୍କା ଆସିଥିଲା । ଆକାଣ୍ଟକୁ ୯,୦୦୦ ଟଙ୍କା, ୧୧,୫୦୦ଟଙ୍କା, ୯,୦୦୦ ଟଙ୍କା ଏବଂ ୪,୦୫୦ଟଙ୍କା ଅର୍ଥାତ୍ ମୋଟ ୩୩ ହଜା ୫୫୦ ଟଙ୍କା ଜମା ହୋଇଥିଲା । ପୋଲିସ ତଦନ୍ତ ସମୟରେ ଉକ୍ତ ଅର୍ଥରାଶି ଗ୍ରହଣ କରିବା ଏବଂ ନିଜ ବ୍ୟାଙ୍କ ଆକାଉଣ୍ଟରେ ରଖିବା ସମ୍ପର୍କରେ ଅଭିଯୁକ୍ତ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ମାର୍ଚ୍ଚ ୨ରେ ଏ ବାବଦରେ ସମ୍ବଲପୁର ଟାଉନ ଥାନାରେ ମାମଲା ରୁଜୁ ହୋଇ ସେହି ଦିନ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଏଥିସହ ବ୍ୟାଙ୍କ ରେକର୍ଡ, ଜବତ ସମ୍ପର୍କିତ ଦଲିଲ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଦସ୍ତାବିଜକୁ ପ୍ରମାଣ ଭାବେ ଅଦାଲତରେ ଦାଖଲ କରାଯାଇଥିଲା। ଉପଲବ୍ଧ ସାକ୍ଷ୍ୟ ଓ ଦସ୍ତାବିଜ ପ୍ରମାଣକୁ ବିଚାର କରି ମାନ୍ୟବର ଅଦାଲତ ଅଭିଯୁକ୍ତଙ୍କୁ BNS ଦଫା ୩୧୭(୨) ଓ ୧୧୨(୨) ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି। ମାନ୍ୟବର ଅଦାଲତ ଅଭିଯୁକ୍ତଙ୍କୁ ଭାରତୀୟ ନ୍ୟାୟ ସଂହିତା BNS ଦଫା ୩୧୭(୨) ଅନୁଯାୟୀ ୨ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦,୦୦୦ ଜରିମାନା ଏବଂ ଦଫା ୧୧୨(୨) ଅନୁଯାୟୀ ୨ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦,୦୦୦ ଜରିମାନାରେ ଦଣ୍ଡିତ କରିଛନ୍ତି।ସାରା ରାଜ୍ୟରେ ଅପରେସନ ‘ସାଇବର କବଚ’ ଅଭିଯାନକୁ ଅନୁସରଣ କରାଯାଇଥିଲା । ଏହି ଅଭିଯାନରେ ବ୍ୟବହୃତ ବେନାମୀ ବ୍ୟାଙ୍କ ଆକାଉଣ୍ଟ ବା ‘ମ୍ୟୁଲ୍ ଆକାଉଣ୍ଟ’ ଏବଂ ଏହା ସହ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ଦୃଢ଼ ଆଇନଗତ ପଦକ୍ଷେପ ଗ୍ରହଣ କରାଯାଇଛି ।

Comments are closed, but trackbacks and pingbacks are open.