ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୭୯ ଡଲାର ପାର୍‌

30

ନୂଆଦିଲ୍ଲୀ: ବିଶ୍ୱରେ ଉପୁଜିଥିବା ଯୁଦ୍ଧ ଆଶଙ୍କା ଓ ଭୂ-ରାଜନୈତିକ ତିକ୍ତତାର ସିଧାସଳଖ ପ୍ରଭାବ ଏବେ ଅନ୍ତର୍ଜାତୀୟ ବଜାର ଉପରେ ପଡ଼ିଛି। ବିଶ୍ୱ ବଜାରରେ ଅଶୋଧିତ ତେଲ ମୂଲ୍ୟରେ ହଠାତ୍‌ ବଡ଼ ଉତ୍ଥାନ ଦେଖାଦେଇଛି। ସଦ୍ୟତମ ରିପୋର୍ଟ ଅନୁଯାୟୀ, ଅଶୋଧିତ ତେଲ ଦରରେ ପ୍ରାୟ ୪ ପ୍ରତିଶତ ବୃଦ୍ଧି ଘଟିବା ସହ ଏହା ବ୍ୟାରେଲ ପିଛା ୭୯ ଡଲାର ଅତିକ୍ରମ କରିଛି। ବିଶ୍ୱରେ ଭୌଗୋଳିକ ଉତ୍ତେଜନା ବଢ଼ିଲେ ଅଶୋଧିତ ତେଲ ଯୋଗାଣ ବ୍ୟାହତ ହେବାର ଆଶଙ୍କା ଥାଏ। ଏହି କାରଣରୁ ଅନ୍ତର୍ଜାତୀୟ ବଜାରରେ ତେଲ କ୍ରୟ ପାଇଁ ଚାପ ବଢ଼ିବାରେ ଲାଗିଛି। ତେଲ ଦର ବୃଦ୍ଧିର ସିଧାସଳଖ ପ୍ରଭାବ ଭାରତ ଭଳି ପ୍ରମୁଖ ତେଲ ଆମଦାନୀକାରୀ ଦେଶଗୁଡ଼ିକ ଉପରେ ପଡ଼ିବାର ସମ୍ଭାବନା ରହିଛି। ଏହାଫଳରେ ଆଗାମୀ ଦିନରେ ପେଟ୍ରୋଲ-ଡିଜେଲ ଦର, ପରିବହନ ଖର୍ଚ୍ଚ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଅନ୍ୟପଟେ, ବଦଳୁଥିବା ଯୁଦ୍ଧ ପରିସ୍ଥିତି ଏବଂ ଅନ୍ତର୍ଜାତୀୟ ବଜାରର ଗତିବିଧି ଉପରେ ବଜାର ନିବେଶକ ଓ ଅର୍ଥନୀତି ବିଶେଷଜ୍ଞମାନେ ତୀକ୍ଷ୍ଣ ନଜର ରଖିଛନ୍ତି।

Comments are closed, but trackbacks and pingbacks are open.