ବିଜେପି ଛାଡିଲେ ଆନ୍ନାମଲାଇ, ଗଢିବେ ନିଜସ୍ବ ଦଳ

31

ନୂଆଦିଲ୍ଲୀ: ତାମିଲନାଡୁ ନିର୍ବାଚନ ପରେ ଭାରତୀୟ ଜନତା ପାର୍ଟି ଛାଡ଼ିଛନ୍ତି ପୂର୍ବତନ ରାଜ୍ୟ ସଭାପତି ତଥା ପୂର୍ବତନ ଆଇପିଏସ୍ ଅଧିକାରୀ କେ. ଆନ୍ନାମଲାଇ। ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ସହ ସେ ନିଜର ଏକ ନୂଆ ଆଞ୍ଚଳିକ ଦଳ ଗଠନ କରିବା ନେଇ ଘୋଷଣା କରିଛନ୍ତି। ସେ ନିଜର ଇସ୍ତଫା ପତ୍ର ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କ ନିକଟକୁ ପଠାଇ ଦେଇଛନ୍ତି। ଇସ୍ତଫା ଗ୍ରହଣ ହେବାର କିଛି ଘଣ୍ଟା ପରେ ଆନ୍ନାମଲାଇ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲାଇଭ୍ ଆସି ନିଜର ଆଗାମୀ ରଣନୀତି ସ୍ପଷ୍ଟ କରିଛନ୍ତି। ଇନଷ୍ଟାଗ୍ରାମ ଲାଇଭ୍‌ରେ ସେ କହିଛନ୍ତି, “ମୁଁ ବିଶେଷ କରି ଯୁବପିଢ଼ିଙ୍କ ପାଇଁ ଏଠାକୁ ଲାଇଭ୍ ଆସିଛି। ରାଜ୍ୟର ଯୁବପିଢ଼ି ଏବେ ପରିବର୍ତ୍ତନ ଚାହୁଁଛନ୍ତି। ତାମିଲନାଡୁରେ ବ୍ୟାପକ ସୁଧାର ଆଣିବା ପାଇଁ ଆମେ ଆଗାମୀ ନିର୍ବାଚନ ଲଢ଼ିବୁ। ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀରେ ଯୋଗ୍ୟ ଓ ନିଷ୍ଠାପର ପ୍ରାର୍ଥୀ ଚିହ୍ନଟ କରିବା ପାଇଁ ଆମକୁ କଠିନ ପରିଶ୍ରମ କରିବାକୁ ହେବ।” ଏହା ସହିତ ସେ କେନ୍ଦ୍ର ସରକାରଙ୍କ ତିନି ଭାଷା ନୀତିକୁ ମଧ୍ୟ ବିରୋଧ କରିଛନ୍ତି । ଏହି ନୀତି ଦ୍ୱାରା ରାଜ୍ୟର ଛାତ୍ରଛାତ୍ରୀଙ୍କ ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହେବାର ଆଶଙ୍କା ରହିଛି । ବିଜେପିର ଏହି ନୀତିକୁ ଗ୍ରହଣ ନ କରି ଦଳ ବାହାରେ ରହି ସ୍ୱର ଉତ୍ତୋଳନ କରିବା ପାଇଁ ସେ ଏହି ପଦକ୍ଷେପ ନେଇଥିବା ପ୍ରକାଶ କରିଛନ୍ତି ।

Comments are closed, but trackbacks and pingbacks are open.