ରାଜଧାନୀ ରାଜରାସ୍ତାରେ କଂଗ୍ରେସ କର୍ମୀ ଏବଂ ପୋଲିସ ମୁହାଁମୁହିଁ

73

ଭୁବନେଶ୍ୱର: ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟା ମାମଲାରେ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ କଂଗ୍ରେସ ଆଣିଛି ଅଭିଯୋଗ । ଏନେଇ କମିଶନରେଟ୍ ପୋଲିସର କାର୍ଯ୍ୟାଳୟ ଘେରାଉ କରିଛି କଂଗ୍ରେସ । ଏପିରିକି ଆନ୍ଦୋଳନ ସମୟରେ ପୋଲିସ ଉପରକୁ ଟମାଟୋ ମାଡ କରିଛନ୍ତି କଂଗ୍ରେସ କର୍ମୀ। ସିପି ଅଫିସ ବାହାର ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖାଦେଇଛି । ଗୋଟିଏ ସପ୍ତାହରେ କଣାସ-ବାଲିଅନ୍ତା-ବାଲିପାଟଣାରେ ୩ଟି ଭିଡ଼ହତ୍ୟା ବା ମବ୍-ଲିଂଚିଂ ଘଟିଛି । ସରକାର ମୁଖ୍ୟ କଠୋର କାର୍ଯ୍ୟାନୁଷ୍ଠାନ ନେଉନଥିବା ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। ମୁଖ୍ୟମନ୍ତ୍ରୀ ରାଜ୍ୟରେ ଅରାଜକତାକୁ ରୋକିବାରେ ବିଫଳତା ହୋଇଛନ୍ତି । ତେଣୁ ସେ ନିଜ ସରକାରର କାମକୁ ନେଇ ଆତ୍ମସମୀକ୍ଷା କରନ୍ତୁ । ପୋଲିସର ସ୍ଥାଣୁତାକୁ ନେଇ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପୋଲିସ କମିସନରେଟ ଘେରାଉ କରାଯାଇଛି। ରବିବାର କଂଗ୍ରେସ ଭବନରେ ପ୍ରେସମିଟ୍ କରି ପିସିସି ସଭାପତି ସରକାରଙ୍କ ଉପରେ ବର୍ଷିଥିଲେ। ଆଇନର ଶାସନକୁ ଲାଗୁ କରି ଲୋକପ୍ରିୟତା ହାସଲ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପର୍ଯ୍ୟାପ୍ତ ସୁଯୋଗ ଥିଲା । ହେଲେ ସେ ଦଳୀୟ କାମରେ ପୁଲିସକୁ ବ୍ୟବହାର କରି ରାଜ୍ୟରେ ଏକ ଭୁଲ ଉଦାହରଣ ସୃଷ୍ଟି କରୁଛନ୍ତି । କୌଣସି ଜଘନ୍ୟ କାଣ୍ଡରେ କାର୍ଯ୍ୟାନୁଷ୍ଠାନ ନ ହେବା ଫଳରେ ପୁଲିସର ମନୋବଳ ଦୁର୍ବଳ ହୋଇଛି । ଏକାଧିକ ଘଟଣାରେ ପୁଲିସକୁ ଲୋକେ ସଂଘବଦ୍ଧ ଆକ୍ରମଣ କରୁଥିବା ଆଜିକାଲି ଏକ ନିତିଦିନିଆ ଘଟଣା ହେଲାଣି । ମୁଖ୍ୟମନ୍ତ୍ରୀ ତୁରନ୍ତ ରାଜ୍ୟରେ ଆଇନର ଶାସନ ଲାଗୁ କରନ୍ତୁ, ନଚେତ କଂଗ୍ରେସ ଦଳ ଲୋକସେବା ଭବନକୁ ଧସେଇ ପଶିବ ବୋଲି ଭକ୍ତ କହିଛନ୍ତି ।

Comments are closed, but trackbacks and pingbacks are open.