ରାଜଧାନୀରେ ‘ନାଇଟ୍ ଅପରେସନ’ ଆରମ୍ଭ

74

ଭୁବନେଶ୍ୱର: ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ହତ୍ୟା ଘଟଣା ପରେ ସଜାଗ ହୋଇଛି କମିଶନରେଟ୍ ପୁଲିସ୍‌। ଡିଜିପିଙ୍କ ସହ ଆଲୋଚନା ପରେ ନାଇଟ୍ ପାଟ୍ରୋଲିଂ ଏବଂ ବ୍ଲକିଂ , ଚେକିଂ କୁ ଜୋରଦାର କରାଯାଇଛି । ରବିବାର ରାତିରେ ସହରର ବିଭିନ୍ନ ପ୍ରମୁଖ ଛକରେ ଜୋରଦାର ନାଇଟ୍ ପେଟ୍ରୋଲିଂ ସହ ବ୍ଲକିଂ ଚେକିଂ କରାଯାଇଥିବା ଦେଖିବାକୁ ମିଳିଥିଲା। ଗତକାଲି ପୁଲିସ୍‌ ମହାନିର୍ଦ୍ଦେଶକଙ୍କ ସହ କମିଶନରେଟ ପୁଲିସ୍‌ର ବରିଷ୍ଠ ଅଧିକାରୀମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନା ପରେ ସହରର ଆଇନ ଶୃଙ୍ଖଳା ରକ୍ଷା ପାଇଁ ବିଶେଷ ରଣନୀତି ପ୍ରସ୍ତୁତ କରାଯାଇଛି। ବିଶେଷ କରି ରାତି ସମୟରେ ଅପରାଧୀଙ୍କ ପ୍ରାଦୁର୍ଭାବ ରୋକିବା ପାଇଁ ପେଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ ବ୍ୟାପକ କରାଯାଇଛି। ମଦ୍ୟପ ଚାଳକଙ୍କ ଉପରେ କଡ଼ା ନଜର ରଖାଯାଇଛି । ରବିବାର ଛୁଟି ଦିନ ଥିବାରୁ ସହରର ବିଭିନ୍ନ ସ୍ଥାନରେ ଗହଳି ସାଙ୍ଗକୁ ମଦ୍ୟପାନ କରି ଗାଡ଼ି ଚାଳନା କରିବାର ସମ୍ଭାବନା ଅଧିକ ରହିଥାଏ । ଏହାକୁ ଦୃଷ୍ଟିରେ ରଖି ପୁଲିସ୍‌ ପକ୍ଷରୁ ବ୍ରେଥ୍ ଆନାଲାଇଜର ସାହାଯ୍ୟରେ ଯାଞ୍ଚ ପ୍ରକ୍ରିୟାକୁ ଜୋରଦାର କରାଯାଇଛି । କୌଣସି ଅପ୍ରୀତିକର ପରିସ୍ଥିତି ଯେପରି ନଉପୁଜେ, ସେଥିପାଇଁ ପ୍ରତିଟି ବାହାନକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଇଥିଲା ।

Comments are closed, but trackbacks and pingbacks are open.