ସୋହରାବୁଦ୍ଦୀନ ଏନକାଉଣ୍ଟର ମାମଲା, ନିର୍ଦ୍ଦୋଷରେ ଖଲାସ ହେଲେ ୨୨ ଅଭିଯୁକ୍ତ

23

ମୁମ୍ବାଇ: ଭାରତରେ ସବୁଠୁ ବଡ ଚର୍ଚ୍ଚିତ ଏନକାଉଣ୍ଟର ମାମଲା ମଧ୍ୟରୁ ସୋହରାବୁଦ୍ଦୀନ ମାମଲା ପୂରା ଦେଶରେ ଚର୍ଚ୍ଚିତ ବିଷୟ ପାଲଟିଥିଲା । ବମ୍ବେ ହାଇକୋର୍ଟ ଗୁଜରାଟର ବହୁ ଚର୍ଚ୍ଚିତ ସୋହରାବୁଦ୍ଦୀନ ଶେଖ ଏନକାଉଣ୍ଟର ମାମଲାରେ ୨୧ ପୋଲିସ କର୍ମଚାରୀ ସମେତ ୨୨ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ସୂଚନା ଥାଉ ଯେ, ୨୦୦୬-୦୬ ଏହି ମାମଲାରେ ୨୦୧୮ ଡିସେମ୍ବରରେ ସ୍ୱତନ୍ତ୍ର ଅଦାଲତ ସମସ୍ତ ୨୨ ଅଭିଯୁକ୍ତଙ୍କୁ ଖଲାସ କରିଥିଲେ । ଏଥିରୁ ୨୧ ପୋଲିସ କର୍ମଚାରୀ ସାମିଲ୍‌, ଯେଉଁମାନେ ଗୁଜରାଟ, ରାଜସ୍ଥାନ ଓ ଆନ୍ଧ୍ର ପ୍ରଦେଶର ଥିଲେ । ୨୦୧୯ ଏପ୍ରିଲରେ ସ୍ୱତନ୍ତ୍ର ଅଦାଲତଙ୍କ ନିଷ୍ପତ୍ତିକୁ ହାଇକୋର୍ଟରେ ସୋହରାବୁଦ୍ଦୀନଙ୍କ ଦୁଇ ଭାଇ ଚ୍ୟାଲେଞ୍ଜ କରିଥିଲେ। ଏବେ ଏହି ମାମଲାର ୭ ବର୍ଷ ପରେ ହାଇକୋର୍ଟ ସ୍ୱତନ୍ତ୍ର ଅଦାଲତଙ୍କ ରାୟକୁ ବଳବତ୍ତର ରଖିଛନ୍ତି । ଏହି ମାମଲାର ପ୍ରାରମ୍ଭିକ ଯାଞ୍ଚ ଗୁଜରାଟ ଷ୍ଟେଟ ସିଆଇଡି କ୍ରାଇମ କରିଥିଲା । ପୁଣି ସୁପ୍ରିମକୋର୍ଟ ୨୦୧୦ରେ ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିଥିଲେ । ଏହା ବ୍ୟତୀତ ମୋକଦ୍ଦମାର ଟ୍ରାଏଲ ଗୁଜରାଟରୁ ମୁମ୍ବାଇର ସ୍ୱତନ୍ତ୍ର କୋର୍ଟକୁ ଟ୍ରାନ୍ସଫର କରି ଦିଆଯାଇଥିଲା । ୨୦୧୮ରେ ଟ୍ରାଏଲ କୋର୍ଟ ନିଜ ନିଷ୍ପତ୍ତିରେ କହିଥିଲେ ଯେ, ସୋହରାବୁଦ୍ଦୀନ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଥିଲା । ସେ ହତ୍ୟା, ଲୁଟପାଟ ଓ ଅପହରଣ ପରି ଅନେକ କାଣ୍ଡ ଭିଆଇଥିଲା ।

Comments are closed, but trackbacks and pingbacks are open.