ମେଟାଲିକ ସ୍ପଞ୍ଜ ଆଇରନ କାରଖାନାରେ ଅଘଟଣ: ଗ୍ୟାସ୍ ଲିକ୍‌ରେ ୩ ଶ୍ରମିକ ମୃତ

23

ଭୁବନେଶ୍ବର: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଞ୍ଚଳରେ ଥିବା ଅନୁଗୋଳ ମେଟାଲିକ ସ୍ପଞ୍ଜ ଆଇରନ କାରଖାନାରେ ଏକ ଭୟଙ୍କର ଅଘଟଣ ଘଟିଛି। ମେସିନ୍ ସଫା କରୁଥିବା ସମୟରେ ଗ୍ୟାସ୍ ଲିକ୍ ହେବା ଫଳରେ ଶ୍ୱାସରୁଦ୍ଧ ହୋଇ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଗତକାଲି  ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, କାରଖାନାରେ ମେସିନ୍ ସଫେଇ କାର୍ଯ୍ୟ ଚାଲିଥିବା ବେଳେ ହଠାତ୍ ବିଷାକ୍ତ ଗ୍ୟାସ୍ ନିର୍ଗତ ହୋଇଥିଲା। ସେଠାରେ କାର୍ଯ୍ୟରତ ୬ ଜଣ ଶ୍ରମିକଙ୍କ ମଧ୍ୟରୁ ୩ ଜଣ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ତୁରନ୍ତ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା, ମାତ୍ର ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୩ ଜଣ ଶ୍ରମିକ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି।

Comments are closed, but trackbacks and pingbacks are open.