ଭୁବନେଶ୍ବର: ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍ସ) ହାତରେ ଧରାପଡ଼ିଛନ୍ତି ମାଲକାନଗିରି କେସିସି ବ୍ୟାଙ୍କ ମ୍ୟାନେଜର ସୁଧାଂଶୁ ଖରା। ଚାଷୀଙ୍କ ପ୍ରାୟ ୧ କୋଟି ୮ ଲକ୍ଷ ୭୫ ହଜାର ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ୫ଟି ଲ୍ୟାମ୍ପସ ଅଧୀନରେ ଥିବା ଚାଷୀମାନେ ସେମାନଙ୍କ ଋଣ ପରିଶୋଧ କରିଥିବା ଟଙ୍କାକୁ ବ୍ରାଞ୍ଚ ମ୍ୟାନେଜର ଶ୍ରୀ ଖରା ବ୍ୟାଙ୍କ ଖାତାରେ ଜମା ନକରି ନିଜେ ହରିଲୁଟ୍ କରିଥିଲେ। ଏନେଇ ବାରମ୍ବାର ଅଭିଯୋଗ ହେବା ପରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ କରାଯାଇ ଆଜି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
Comments are closed, but trackbacks and pingbacks are open.