ମମତାଙ୍କ ଦାବି ୨୨୬ରୁ ଅଧିକ ଆସନରେ ଜିତିବ ଟିଏମସି

24

ପଶ୍ଚିମବଙ୍ଗ: ମତଦାନ ପରେ ପ୍ରକାଶ ପାଇଥିବା ଏକ୍ଜିଟ୍ ପୋଲ୍ ରିପୋର୍ଟ ପରେ ମମତା ବାନାର୍ଜୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ମମତା ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ଭିଡ଼ିଓ ଜାରି କରି ତୃଣମୂଳ କଂଗ୍ରେସର ସମସ୍ତ କର୍ମକର୍ତ୍ତା ଏବଂ ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ଯେଉଁମାନେ ନିଜ ଜୀବନକୁ ବାଜିରେ ଲଗାଇ ସଂଘର୍ଷ କରି ସମସ୍ତ ଅନୁକୂଳ ପରିସ୍ଥିତିରେ ସାମ୍ନା କରିଛନ୍ତି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଦାବି କରିଛନ୍ତି ଯେ ଟିଏମସି ୨୨୬ରୁ ଅଧିକ ଆସନରେ ଜିତି ପୁଣି ଥରେ ଶାସନକୁ ଆସିବ । ମମତା ନିର୍ବାଚନ ଆୟୋଗ, କେନ୍ଦ୍ର ସରକାର ଏବଂ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ଉପରେ ବର୍ଷିଛନ୍ତି । ଏ ସମସ୍ତେ ମିଶି ପଶ୍ଚିମବଙ୍ଗର ଜନତାଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଛନ୍ତି । ସମ୍ପୂର୍ଣ୍ଣ କଳର ବ୍ୟବହାର କରାଯାଇଛି । କିନ୍ତୁ ଜନତା ଭୋଟ୍ ମାଧ୍ୟମରେ ଏହାର ଜବାବ ଦେଇଛନ୍ତି ।ସେ କହିଛନ୍ତି ଯେ କିଛି ଗଣମାଧ୍ୟମ ଦ୍ୱାରା ଭ୍ରମାତ୍ମକ ଖବର ପ୍ରସାରିତ କରିବାକୁ ଚେଷ୍ଟା କରାଯାଇଛି । ସେ ବୁଥ୍ ବାହୁଡ଼ା ମତକୁ ଗ୍ରହଣ କରିନାହାଁନ୍ତି । ଏହା ସତ ହେବ ନାହିଁ ବୋଲି ସେ କହିଛନ୍ତି ।

Comments are closed, but trackbacks and pingbacks are open.