୫୦ ଫୁଟ୍‌ ଉଚ୍ଚ ବିଦ୍ୟୁତ୍ ଖୁଣ୍ଟରେ ଚଢିଗଲେ ଯୁବକ, ଉଦ୍ଧାର କଲା ଅଗ୍ନିଶମ 

38

ଭୁବନେଶ୍ବର: ୩୩ କେଭି ବିଦ୍ୟୁତ୍ ଖୁଣ୍ଟରେ ଚଢିଗଲେ ଯୁବକ। ହେଲେ ସ୍ଥାନୀୟ ଲୋକ ତଳକୁ ଓହ୍ଲାଇବାକୁ ଯେତେ କହିଥିଲେ ବି ଯୁବକ ଜଣକ କାହରି କଥା ଶୁଣିନଥିଲେ। ଫଳରେ ବାଧ୍ୟ ହୋଇ କିଛି ସ୍ଥାନୀୟ ଲୋକ ଚାଉଳିଆଗଞ୍ଜ ଅଗ୍ନିଶମ କର୍ମଚାରୀ ଙ୍କୁ ଏ ନେଇ ଖବର ଦେଇଥିଲେ। ପରେ ଦୁଇ ଜଣ କର୍ମଚାରୀ ଦଉଡ଼ି, ହାର୍ନେସ୍ ଏବଂ ଅନ୍ୟାନ୍ୟ ସୁରକ୍ଷା ଉପକରଣ ସହିତ ଘଟଣାସ୍ଥଳରେ ପହଞ୍ଚି ବିଦ୍ୟୁତ୍ ଖୁଣ୍ଟ ଉପରେ ଚଢ଼ିଥିଲେ। ପ୍ରାୟ ୫୦ ଫୁଟ ଉଚ୍ଚ ବିଦ୍ୟୁତ୍ ଖୁଣ୍ଟରୁ ଯୁବକ ଜଣଙ୍କୁ ସୁରକ୍ଷିତ ଭାବରେ ଜୀବିତ ଉଦ୍ଧାର କରାଯାଇଥିଲା। ଯୁବକ ଜଣକ ନରେଶ ମାରାଣ୍ଡି ଏବଂ ତାଙ୍କ ବୟସ ୩୦ ବର୍ଷ ବୋଲି ସୂଚନା ମିଳିଛି। ତେବେ ଯୁବକ ଜଣକ କଣ ପାଇଁ ଏଭଳି ପଦକ୍ଷେପ ନେଇଥିଲେ , ତାହା ବର୍ତ୍ତମାନ୍ ପର୍ଯ୍ୟନ୍ତ ଜଣାପଡିନାହିଁ।

Comments are closed, but trackbacks and pingbacks are open.