ରାଜ୍ୟରେ ଥମୁନି କାଳବୈଶାଖୀ କୋପ: ୨୦ ଜିଲ୍ଲାକୁ ସତର୍କତା ଜାରି

75

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀ ଜନିତ ଝଡ଼ବର୍ଷା ଜାରି ରହିଥିବା ବେଳେ ଆଜି ପାଇଁ ୨୦ଟି ଜିଲ୍ଲାକୁ ସତର୍କ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ଅଧିକ ସକ୍ରିୟ ରହିଥିବାରୁ ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ପ୍ରବଳ କାଳବୈଶାଖୀ ସମ୍ଭାବନାକୁ ଦୃଷ୍ଟିରେ ରଖି ୭ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟ ୧୩ଟି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ଓ ପବନ ହେବା ନେଇ ସତର୍କ କରାଯାଇଛି। ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଏହିପରି ସ୍ଥିତି ଲାଗି ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଦିନ ସାରା ପ୍ରବଳ ଖରା ଓ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ସନ୍ଧ୍ୟା ହେଲେ କଳାହାଣ୍ଡିଆ ମେଘ ସହ ଝଡ଼ବର୍ଷା ହେଉଛି। କିଛି ସ୍ଥାନରେ କୁଆପଥର ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେଉଛି। କାଳବୈଶାଖୀ ସମୟରେ ବିଜୁଳି ଓ ଘଡ଼ଘଡ଼ିରୁ ରକ୍ଷା ପାଇବା ପାଇଁ ସୁରକ୍ଷିତ ସ୍ଥାନରେ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।

Comments are closed, but trackbacks and pingbacks are open.