କ୍ରିମିଆରେ ଭୟଙ୍କର ବିମାନ ଦୁର୍ଘଟଣା: ୨୯ ଜଣଙ୍କର ମୃତ୍ୟୁ, ଉଦ୍ଧାର କାର୍ଯ୍ୟ ଜାରି

141

ନୂଆଦିଲ୍ଲୀ: କ୍ରିମିଆ ଉପଦ୍ୱୀପରେ ବୁଧବାର ସକାଳେ ଏକ ବଡ଼ ଧରଣର ସାମରିକ ବିମାନ ଦୁର୍ଘଟଣା ଘଟିଛି। ରୁଷର ଏକ ସାମରିକ ପରିବହନ ବିମାନ ‘ଏଏନ-୨୬’ (AN-26) ପାହାଡ଼ରେ ଧକ୍କା ହେବା ଫଳରେ ଏଥିରେ ଥିବା ସମସ୍ତ ୨୯ ଜଣଙ୍କର ମୃତ୍ୟୁ ଘଟିଥିବା ରୁଷୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣା ପୂର୍ବରୁ ବିମାନଟିର କଣ୍ଟ୍ରୋଲ ରୁମ୍ ସହ ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଥିଲା। ଏହାପରେ ବିମାନଟି କୃଷ୍ଣ ସାଗର ଉପଦ୍ୱୀପ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସୂଚନାଯୋଗ୍ୟ ଯେ, ୨୦୧୪ ମସିହାରେ ରୁଷ ଏହି ଉପଦ୍ୱୀପକୁ ୟୁକ୍ରେନଠାରୁ ନିଜ ନିୟନ୍ତ୍ରଣକୁ ନେଇଥିଲା। ଉଦ୍ଧାରକାରୀ ଦଳ ଦୁର୍ଘଟଣାସ୍ଥଳ ଠାବ କରିଥିଲେ ମଧ୍ୟ ସାମରିକ ଅଧିକାରୀମାନେ ବର୍ତ୍ତମାନ ସୁଦ୍ଧା ଘଟଣାର ସବିଶେଷ ବିବରଣୀ ପ୍ରଦାନ କରିନାହାନ୍ତି। ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, କୌଣସି ଯାନ୍ତ୍ରିକ ସମସ୍ୟା ଯୋଗୁଁ ଏହି ଦୁର୍ଘଟଣା ଘଟିଥାଇପାରେ। ତେବେ ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ କୌଣସି ଆଧିକାରିକ ବିବୃତି ଜାରି କରାଯାଇ ନାହିଁ। ଏହି ଘଟଣା ରୁଷର ସାମରିକ ପରିବହନ ବ୍ୟବସ୍ଥାର ସୁରକ୍ଷାକୁ ନେଇ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Comments are closed, but trackbacks and pingbacks are open.