ଟେଟ୍ରା ପ୍ୟାକ୍ ରେ ମିଳିବ ମଦ

70

ଭୁବନେଶ୍ୱର: ଆଜି ବିଧାନସଭା ର ପଞ୍ଚମ ଦିବସ ରେ ରାଜ୍ୟରେ ଠିପି ଖୋଲା ଓ ଠିପି ବନ୍ଦ ମଦ କାଚ ବୋତଲରେ ବିକ୍ରୟ ହେଉ ଥିବାରୁ ମଦ୍ୟପମାନେ ମଦ ପିଇ ପୋଖରୀ ଘାଟରେ, ନଦୀ ତୁଠରେ, ନାଳ ମାନଙ୍କରେ ମଦ ବୋତଲ ଭାଙ୍ଗି କାଚ ଗୁଡିକ ଚାଷ ବିଲକୁ ଫୋପାଡିବା ଦ୍ବାରା ଭଙ୍ଗା କାଚ ଗୋଡରେ ଲାଗି ଲୋକ ବିପଦ ଶଙ୍କୁଳରେ ପଡୁଛନ୍ତି, ତେଣୁ କାଚ ବୋତଲ ପରିବର୍ତ୍ତେ ପ୍ଲାଷ୍ଟିକ ବୋତଲ କିମ୍ଵା କ୍ଷତି କାରକ ନହେବା ଭଳି ଅନ୍ୟ କୌଣସି ବୋତଲ ବ୍ୟବହାର କରିବା ପାଇଁ ମଦ ତିଆରି କରୁଥିବା ଶିଳ୍ପ ମାନଙ୍କୁ ନିର୍ଦ୍ଦେଶ ଦେବେ କି ବୋଲି ପ୍ରଶ୍ନ ରଖିଥିଲେ ବିଧାୟକ ସନା ମହାକୁଡ଼?
ଉତ୍ତର ଦେବାକୁ ଯାଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ ରାଜ୍ୟରେ ଠିପି ଖୋଲା ଓ ଠିପି ବନ୍ଦ ବିଦେଶୀ ମଦ କାଚ ବୋତଲରେ ବିକ୍ରୟ ହେଉଥିବା ସମ୍ପର୍କରେ ମଦ୍ୟପାନ ପରେ ପୋଖରୀ ଘାଟ, ନଦୀ ତୁଠ, ନାଳ ଓ ଚାଷ ଜମିରେ ମଦ ବୋତଲ ଭାଙ୍ଗି କାଚ ଫିଙ୍ଗା ଯାଇ ଲୋକମାନେ ଆହତ ହେଉଥିବା ବିଷୟରେ ସରକାରଙ୍କ ନିକଟରେ ବର୍ତ୍ତମାନ ସୁଦ୍ଧା କୌଣସି ଅଭିଯୋଗ ହସ୍ତଗତ ହୋଇନାହିଁ । ଏହି ପରିପ୍ରେକ୍ଷୀରେ ଅବକାରୀ ନୀତି ଅନୁସାରେ କାଚ ବୋତଲର ପରିବର୍ଭେ ଟେଟ୍ରା ପ୍ୟାକ୍ ବ୍ୟବହାରକୁ ଅନୁମତି ଦିଆଯାଇଛି, ଯାହା ପରିବେଶ ସୁରକ୍ଷା ପାଇଁ ଅନୁକୂଳ ମଧ୍ଯ। ଏହା ସହିତ, ପରିବେଶ ସୁରକ୍ଷାର ଦୃଷ୍ଟିକୋଣରୁ ସରକାର ସମସ୍ତ ସମ୍ପୃକ୍ତ ସଂସ୍ଥା/ବ୍ୟକ୍ତି ମାନଙ୍କୁ କାଚ ବୋତଲର ପୁନଃ ବ୍ୟବହାର (ରିସାଇକ୍ଲି) ପାଇଁ ଉତ୍ସାହିତ କରୁଛନ୍ତି ।

Comments are closed, but trackbacks and pingbacks are open.