କଂଗ୍ରେସରୁ ବହିଷ୍କୃତ ହେଲେ ମହମ୍ମଦ ମୋକିମ

135

ଭୁବନେଶ୍ବର: ଶେଷରେ କଂଗ୍ରେସରୁ ବହିସ୍କୃତ ହୋଇଛନ୍ତି ଟାଣୁଆ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ। ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ତାଙ୍କୁ ବହିସ୍କୃତ କରିଛନ୍ତି। ଏ ନେଇ କଂଗ୍ରେସ କାର୍ଯ୍ୟାଳୟ ତରଫରୁ ଭକ୍ତ ଦାସଙ୍କ ଦସ୍ତଖତରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ଏଆଇସିସି ର ଅନୁମୋଦନ କ୍ରମେ ମହମ୍ମଦ ମୋକିମଙ୍କୁ ଦଳରୁ ବହିସ୍କାର କରାଯାଇଛି। ମୋକିମ ନିକଟରେ ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖି ବିବାଦୀୟ ହୋଇପଡିଥିଲେ। ସେହି ଚିଠିରେ ସେ ଭକ୍ତ ଦାସଙ୍କ ନେତୃତ୍ବକୁ ସମାଲୋଚନା କରିଥିଲେ। ଏପରିକି ମୋକିମ ସେହି ଚିଠିରେ ରାହୁଳ ଗାନ୍ଧୀ ଦେଖା ନ ଦେବା ଏବଂ ମଲ୍ଲିକାର୍ଜୁ ଖଡଗେଙ୍କ ବୟସାଧିକ ଯୋଗ ଠିକରେ କାର୍ଯ୍ୟ ନ କରିବା କଥା ଉଲ୍ଲେଖ କରିଥିଲେ। ଯାହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ସୃଷ୍ଟି ହୋଇଥିଲା। ଏହାପରେ ମୋକିମ ଦଳରୁ ବହିସ୍କୃତ ହେବେ ବୋଲି ଅନୁମାନ କରାଯାଇଥିଲା।

Comments are closed, but trackbacks and pingbacks are open.