ରାବଣପୋଡ଼ି ଉତ୍ସବରେ ଶତାଧିକ ମୋବାଇଲ୍‌ ଚୋରି

786

ଭୁବନେଶ୍ୱର:ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ବିଜୟା ଦଶମୀ ଅବସରରେ ବିଭିନ୍ନ ସ୍ଥାନରେ ରାବଣପୋଡ଼ି ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ବରମୁଣ୍ଡା ଦଶହରା ପଡ଼ିଆ ଅନ୍ୟତମ ଆକର୍ଷଣର କେନ୍ଦ୍ର ଥିଲା, ଯେଉଁଠାରେ ଏକ ୭୦ ଫୁଟ ଉଚ୍ଚତା ବିଶିଷ୍ଟ ରାବଣଙ୍କ ପ୍ରତିମୂର୍ତ୍ତି ପୋଡ଼ାଯାଇଥିଲା। କିନ୍ତୁ ଏହି ଆନନ୍ଦମୟ ଉତ୍ସବ ମଧ୍ୟରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବରମୁଣ୍ଡା ପଡ଼ିଆରେ ଆୟୋଜିତ ଏହି ରାବଣପୋଡ଼ି ଉତ୍ସବ ସମୟରେ ଶତାଧିକ ମୋବାଇଲ୍‌ ଚୋରି ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି।ବରମୁଣ୍ଡା ଦଶହରା ପଡ଼ିଆରେ ହଜାର ହଜାର ଲୋକଙ୍କ ସମାଗମ ମଧ୍ୟରେ ଏହି ଚୋରିର ଘଟଣା ଘଟିଥିବା ଜଣାପଡ଼ିଛି। ଉତ୍ସବର ଉତ୍ତେଜନା ଓ ଭିଡ଼ର ସୁଯୋଗ ନେଇ ଚୋରମାନେ ଅନେକ ଦର୍ଶକଙ୍କ ମୋବାଇଲ୍‌ ଫୋନ ଚୋରି କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଅଭିଯୋଗକାରୀମାନେ ଖଣ୍ଡଗିରି ଥାନାରେ ଭିଡ଼ ଜମାଇ ନିଜ ନିଜର ମୋବାଇଲ୍‌ ଚୋରି ସମ୍ପର୍କରେ ଅଭିଯୋଗ ଦାଖଲ କରିଛନ୍ତି। ପୋଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରି ମାମଲା ରୁଜୁ କରିଛି।

Comments are closed, but trackbacks and pingbacks are open.