ପୁଣି ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ସଭାପତି ମନମୋହନ ସାମଲ

184

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆଜି ପୁଣି ଥରେ ଦିଲ୍ଲୀ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ଗତ ଶୁକ୍ରବାର ସେପ୍ଟେମ୍ବର 5 ତାରିଖରେ ଚାରି ଦିନିଆ ଦିଲ୍ଲୀ ଗସ୍ତ ଶେଷ କରି ଫେରିଥିଲେ। ସେହିପରି ଦିଲ୍ଲୀ ସଭାପତି ମନମୋହନ ସାମଲ ଗତକାଲି, ସେପ୍ଟେମ୍ବର 6 ତାରିଖରେ ଫେରି ଆସିଥିଲେ। ଏହି ଗସ୍ତ ସଂପର୍କରେ କୌଣସି ସୂଚନା ଦିଆଯାଇ ନ ଥିଲେ ମଧ୍ୟ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ପୁନର୍ଗଠନ ଏବଂ ନିଗମ ଅଧ୍ୟକ୍ଷଙ୍କ ନିଯୁକ୍ତିକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ସୂତ୍ର ଅନୁସାରେ, ମୁଖ୍ୟମନ୍ତ୍ରୀ ଏବଂ ଦଳର ସଭାପତି ଉଭୟ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ବାସଭବନରେ ସମସ୍ତ ବିଜେପି ସାଂସଦଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ସାଂସଦମାନଙ୍କ ସହିତ ଏକକ ଆଲୋଚନା କରିବାର ମଧ୍ୟ ଜଣାପଡିଛି।

Comments are closed, but trackbacks and pingbacks are open.