ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କ୍ଲବ ଚକୋଲେଟ୍ ର ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଚକୋଲେଟ୍ ପ୍ରତିମୂର୍ତ୍ତି ତିଆରି କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଚକୋଲେଟ ପ୍ରତିମୂର୍ତ୍ତିକୁ ସାମାଜିକ ଗଣମାଧ୍ୟମରେ ସେୟାର କରି ପ୍ରଶଂସା କରିଛନ୍ତି। ଏହି ମୂର୍ତ୍ତି ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ବ ପ୍ରତି ଏକ ସମ୍ମାନ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ପ୍ରତି ଏହିଭଳି କୁଶଳୀ, ଅଭିନବ ଏବଂ ଭାବପୂର୍ଣ୍ଣ ସମ୍ମାନ ପ୍ରଦର୍ଶନକୁ କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଛନ୍ତି।
Comments are closed, but trackbacks and pingbacks are open.