ବିଜେଡି ନେତା ପ୍ରତାପ ଜେନାଙ୍କ ପୁଅ ନାଁରେ ଅଭିଯୋଗ

263

ଭୁବନେଶ୍ୱର: ବିଜେଡି ନେତା ପ୍ରତାପ ଜେନାଙ୍କ ପୁଅ ନାଁରେ ଠକେଇ ଅଭିଯୋଗ । ଅଙ୍କିତ ପ୍ରତାପ ଜେନାଙ୍କ ବିରୋଧରେ ୪୮ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ଏବେ ସମ୍ନାକୁ ଆସିଛି। କେନ୍ଦ୍ରାପଡ଼ା ଟାଉନ୍‌‌ ଥାନାରେ ଅଙ୍କିତ ପ୍ରତାପ ଜେନାଙ୍କ ନାଁରେ ମାମଲା ରୁଜୁ ହୋଇଛି । କଟକର ଜଣେ ବ୍ୟବସାୟୀ ବକେୟା ୪୮ ଲକ୍ଷ ଟଙ୍କା ଦେଉନଥିବା ଅଭିଯୋଗ । ଅନ୍ୟପଟେ ପାଲଟା ଅଭିଯୋଗ କଲା ଅଙ୍କିତଙ୍କ କମ୍ପାନୀ ଏମ୍ଫୋରିଆ ୱାର୍କସ୍ ପ୍ରାଇଭେଟ୍‌‌ ଲିମିଟେଡ୍ । ଏସ୍‌‌ଏସ୍‌‌ବି ଇଲେକ୍ଟ୍ରିକାଲ୍‌ସ୍ ମାଲିକ ଅରୋବିନ୍ଦ ତ୍ରିପାଠୀ ଓ ଗଣେଶ ସ୍ୱାଇଁଙ୍କ ନାଁରେ ଏତଲା । କାର୍ଯ୍ୟରେ ବାଧା ସୃଷ୍ଟି କରିବାରୁ କ୍ଷତି ଘଟିଛି ବୋଲି ମ୍ୟାନେଜରଙ୍କ ଅଭିଯୋଗ । ଏହା ସହ ଟଙ୍କା ଠକେଇର ସମସ୍ତ ଅଭିଯୋଗକୁ ଖଣ୍ଡନ କଲେ ଅଙ୍କିତ ପ୍ରତାପ ଜେନା ।
ସୂଚନା ହିସାବରେ; କେନ୍ଦ୍ରାପଡ଼ାରେ ବିଦ୍ୟୁତ୍‌ ସରଞ୍ଜାମ କାର୍ଯ୍ୟ କରିବା ପାଇଁ ଅଙ୍କିତଙ୍କ କମ୍ପାନୀରୁ ସେମାନେ ୱାର୍କ ଅର୍ଡର ପାଇଥିଲେ। ସେହି ଅନୁଯାୟୀ କାର୍ଯ୍ୟ ମଧ୍ୟ କରିଥିଲେ। ହେଲେ ସେମାନଙ୍କର ୪୮ ଲକ୍ଷ ଟଙ୍କା ବକେୟା ଥିବା ବେଳେ ଅଙ୍କିତ ପ୍ରତାପ ଜେନା ଟଙ୍କା ଦେଉନାହାନ୍ତି। ବାରମ୍ବାର ଦିନ ଗଡ଼ାଇ ଚାଲିଛନ୍ତି । ଟଙ୍କା ନ ମିଳିବାରୁ ସେମାନେ କର୍ମଚାରୀଙ୍କ ଦରମା ଦେଇ ପାରୁନାହାନ୍ତି। ତେଣୁ ବାଧ୍ୟହୋଇ ଥାନାରେ ଏତଲା ଦେଇଛନ୍ତି ବ୍ୟବସାୟୀ।

Comments are closed, but trackbacks and pingbacks are open.