ଅଧ୍ୟାପକଙ୍କ ଛାତ୍ରୀଙ୍କଠାରୁ ଫେଭର ଦାବି ଘଟଣା, ଫକୀର ମୋହନ କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

210

ଭୁବନେଶ୍ବର: ବାଲେଶ୍ଵର ଜିଲ୍ଲାର ପ୍ରମୁଖ ଅଟୋନମସ୍ କଲେଜରେ ଜନୈକ ପ୍ରଧ୍ୟାପକ ଛାତ୍ରୀଙ୍କଠାରୁ ଫେଭର ଦାବି କରିବା ଏବଂ ଏହି କାରଣରୁ ସମ୍ପୃକ୍ତା ଛାତ୍ରୀ ଶନିବାର ଅପରାହ୍ନରେ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେହରେ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିବା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ମୁତାବକ ଜିଲ୍ଲାର ଭୋଗରାଇ ଅଞ୍ଚଳର ଜନୈକା ଛାତ୍ରୀ ଫକୀର ମୋହନ ଅଟୋନମସ୍ କଲେଜରେ ଇଣ୍ଟିଗ୍ରେଟେଡ୍ ବିଏଡରେ ୨ୟ ବର୍ଷର ଛାତ୍ରୀ ଅଟନ୍ତି । ତାଙ୍କୁ ଏଜୁକେସନ ବିଭାଗ ମୁଖ୍ୟ ସହକାରୀ ପ୍ରଫେସର ସମୀର କୁମାର ସାହୁ ଉଦ୍ଦେଶ୍ୟ ମୂଳକ ଭାବେ ହଇରାଣ କରିବା ସହ ମାନସିକ ଭାବେ ହାରାସ କରନ୍ତି l ଏପରିକି ତାଙ୍କୁ ଶ୍ରେଣୀଗୃହରେ ମଧ୍ୟ ବ୍ୟାକ ଲାଗାଇବାର ମଧ୍ୟ ଧମକ ଦେଉଥିଲେ । ସବୁଠୁ ଗୁରୁତ୍ବପୂର୍ଣ୍ଣ ସହକାରୀ ପ୍ରଧ୍ୟାପକ ଶ୍ରୀ ସାହୁ ସମ୍ପୃକ୍ତା ଛାତ୍ରୀଙ୍କୁ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ ଚାପ ଛ୍ଵ । ଯାହାକୁ ସେ କୋର୍ଡ଼ ଭାଷାରେ ତାଙ୍କୁ ଫେଭର କରିବାକୁ କହୁଥିଲେ । ଏନେଇ ପୂର୍ବରୁ ଛାତ୍ରୀ ଜଣକ ପୂର୍ବରୁ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଥିଲେ । ଯାହା ତଦନ୍ତ ପୂର୍ବକ ପ୍ରଧ୍ୟାପକ ସମୀର ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଖାଲି ଏତିକି ନୁହେଁ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ଜଣାଇ ନ୍ୟାୟ ଭିକ୍ଷା କରିଥିଲେ । କିନ୍ତୁ ଘଟଣାର କୌଣସି ନିର୍ଯ୍ୟାସ ବାହାରିନଥିଲା । ଅଧିକନ୍ତୁ ଛାତ୍ରୀ ଜଣକ ପୁଣି ଗତ ଜୁଲାଇ ୧ ତାରିଖରେ କଲେଜ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷଙ୍କୁ ଲିଖିତ ଅଭିଯୋଗ କରିଥିଲେ । ତାଙ୍କୁ ନ୍ୟାୟ ନମିଳିଲେ ସେ ଆତ୍ମହତ୍ୟା କରିବେ ବୋଲି ଉକ୍ତ ଅଭିଯୋଗ ପତ୍ରରେ ମଧ୍ୟ ଉଲ୍ଲେଖ କରିଥିଲେ । ସବୁଆଡ଼ୁ ନିରାଶ ହେବା ପରେ ଛାତ୍ରୀ ଜଣକ ଜୁଲାଇ ୧୨ ଶନିବାର ପାଖାପାଖି ଅପରାହ୍ନ ୧ଟା ରୁ ୧ଟା ୩୦ ମଧ୍ୟରେ ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲା । ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାରୁ ଛାତ୍ରୀଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବାର ଜଣାପଡ଼ିଛି । ଅପରପକ୍ଷେ ଶନିବାର ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ଧ୍ ସମୀର କୁମାର ସାହୁଙ୍କୁ ଟାଉନ ଥାନା ପୋଲିସ କଲେଜ ପରିସରରୁ ଉଠାଇ ନେଇ ଅଟକ ରଖିଛି । ତାତ୍ପର୍ଯ୍ୟପୁର୍ଣ୍ଣ ଅଧ୍ୟକ୍ଷଙ୍କ ଅନୁମତିରେ ପୋଲିସ ନିଶ୍ଚିତ ଉଠାଇଥିବ । ତେବେ ନେଡ଼ିଗୁଡ଼ କହୁଣୀକୁ ଗଲାପରେ ଅଧ୍ଯକ୍ଷ ନିଜକୁ ଦୋଷମୁକ୍ତ କରିବାକୁ କିଛି ପଦକ୍ଷେପ ନେଉନାହାଁନ୍ତି ତ ବୋଲି ସାଧାରଣରେ ସନ୍ଦେହ ପ୍ରକାଶ ପାଉଛି । ଯଦି ଅଧ୍ୟକ୍ଷ ଘଟଣାର ବିଧିବଦ୍ଧ ତଦନ୍ତ କରି ଏହାର ନିର୍ଯ୍ୟାସରେ ପହଞ୍ଚି ପାରିଥାନ୍ତେ ତେବେ ହୃଦୟ ବିଦାରକ ଘଟଣା ଘଟିନଥାନ୍ତା ବୋଲି ଜିଲ୍ଲାର ଶିକ୍ଷାବିତ୍ ତଥା ବୁଦ୍ଧିଜୀବି ମାନେ ମତ ପ୍ରକାଶ କରନ୍ତି । ତେଣୁ ସମ୍ପୃକ୍ତା ଛାତ୍ରୀଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବା ସହ ଏଭଳି ଏକ ସ୍ପର୍ଶକାତର ଘଟଣାର ନିରପେକ୍ଷ ତଦନ୍ତ ପୂର୍ବକ ସମ୍ପୃକ୍ତ ପ୍ରଧ୍ୟାପକ ସମୀର ସାହୁ ଏବଂ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି ।

Comments are closed, but trackbacks and pingbacks are open.