ବଡୋଦରା ପୋଲ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୧୮ କୁ ବୃଦ୍ଧି, ଏବେ ବି ୨ ନିଖୋଜ

86

ନୂଆଦିଲ୍ଲୀ: ଗୁଜରାଟର ବଡୋଦରାରେ ମହିସାଗର ନଦୀରେ ପୋଲ ଭୁଶୁଡ଼ି ପଡ଼ିବା ଯୋଗୁଁ ଏପର୍ଯ୍ୟନ୍ତ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ଅଧିକାରୀମାନେ କହିଛନ୍ତି ଯେ, ଘଟଣାସ୍ଥଳରେ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଗୋଟିଏ ରାତି ପାଇଁ ବନ୍ଦ କରାଯାଇଥିଲା। ଆଜି ସକାଳେ ଏହି ଅଭିଯାନ ପୁଣି ଆରମ୍ଭ ହୋଇଛି, କାରଣ ୨ ଜଣ ଏବେ ବି ନିଖୋଜ ଅଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ବୁଧବାର (୯ ଜୁଲାଇ) ସକାଳେ ପାଦ୍ରା ସହର ନିକଟବର୍ତ୍ତୀ ଗମ୍ଭୀରା ଗାଁରେ ୪୦ ବର୍ଷ ପୁରୁଣା ପୋଲର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା। ପୋଲ ଉପରେ ଅନେକ ଯାନବାହାନ ଥିଲା, ଯାହା ନଦୀରେ ଖସି ପଡ଼ିଥିଲା। ଏହି ପୋଲ ଆନନ୍ଦ ଏବଂ ବଡୋଦରା ଜିଲ୍ଲାକୁ ସଂଯୋଗ କରେ। ବଡୋଦରା ଜିଲ୍ଲା ମାଜିଷ୍ଟ୍ରେଟ୍ ଅନିଲ ଧାମେଲିଆ ସୂଚନା ଦେଇଛନ୍ତି ଯେ, ଗୁରୁବାର ରାତିରେ ଆଉ ଏକ ମୃତଦେହ ଉଦ୍ଧାର ହେବା ସହିତ, ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୮ କୁ ବୃଦ୍ଧି ପାଇଛି। ଦୁଇ ଜଣ ଏବେ ବି ନିଖୋଜ ଅଛନ୍ତି। ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ଉଦ୍ଧାର କାର୍ଯ୍ୟ ବନ୍ଦ କରାଯାଇଛି ଏବଂ ଆଜି ସକାଳେ ପୁଣି ଆରମ୍ଭ କରାଯାଇଛି।

Comments are closed, but trackbacks and pingbacks are open.