ଆମରି ଶିଶୁ ୱେବ ପୋର୍ଟାଲକୁ ଉନ୍ମୋଚନ କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା

240

ଭୁବନେଶ୍ଵର: ଆମରି ଶିଶୁ ୱେବ ପୋର୍ଟାଲ, ଶିଶୁମାନଙ୍କ ସୁରକ୍ଷା ପଥ ସୁଗମ କରିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି। ସୋମବାର ଭୁବନେଶ୍ବର ଲକ୍ଷ୍ମୀସାଗରସ୍ଥିତ ଏସଆଇଡବ୍ଲୁସି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଆମରି ଶିଶୁ ୱେବ ପୋର୍ଟାଲକୁ ଉନ୍ମୋଚନ କରି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି, ଏହି ପୋର୍ଟାଲର ତଥ୍ୟ ଆଧାରରେ ରାଜ୍ୟ ସରକାର ଶିଶୁଙ୍କ ସୁରକ୍ଷା ଦିଗରେ ଯତ୍ନବାନ ହୋଇପାରିବେ। ସେହିପରି ଶିଶୁଙ୍କ ପାଇଁ ଥିବା ବିଭିନ୍ନ ଯୋଜନା ମଧ୍ୟ ଅଧିକ ସଫଳ ହୋଇପାରିବ। ସୁଭଦ୍ରା ଯୋଜନାର ଉଦାହରଣ ଦେଇ ସେ କହିଛନ୍ତି, ସୁଭଦ୍ରା ସଫଳତା ଦିଗରେ ପୋର୍ଟାଲ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଆସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଓଡିଶା ସମ୍ପର୍କୀତ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଆମ ରାଜ୍ୟ ସୁରକ୍ଷିତ ଅଛି। ଗୋପାଳପୁର ଘଟଣାରେ ରାଜ୍ୟ ସରକାର ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଛନ୍ତି ବୋଲି ଶ୍ରୀମତୀ ପରିଡା କହିଛନ୍ତି।

Comments are closed, but trackbacks and pingbacks are open.